Latest Odisha News

BREAKING NEWS

ଏସଟିଏଫର ବଡ ଖୁଲାସା: ଅତିକର ସାମ୍ରାଜ୍ୟ ସମ୍ଭାଳୁଥିଲା ଗୁଡ୍ଡୁ ମୁସଲିମ, ଥିଲା ଆଇଏସଆଇ ସମ୍ପର୍କ

ନୂଆଦିଲ୍ଲୀ:ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ପରେ ଏବେ ତାର ନେଟୱର୍କକୁ ନେଇ ପୋଲିସ ତନଘନା କରୁଛି । ପୋଲିସ ଛନାଭିନ ପରେ ଅନେକ ଗୁରୁତ୍ୱପୂର୍ଣ୍ଣ  ଖବର ସାମ୍ନାକୁ ଆସିଛି । ମିଳିଥିବା ଖବର ଅନୁଯାୟୀ, ଅତିକ ଅହମ୍ମଦର ଖାସ ସୁଟର କୁହାଯାଉଥିବା ଗୁଡ୍ଡୁ ମୁସଲିମ ନିଜେ ତାର ସାମ୍ରାଜ୍ୟ ସମ୍ଭାଳୁଥିଲା । ଅତିକକୁ ରିମାଣ୍ଡରେ ନେବା ପରେ ଏହି ତଥ୍ୟ ଏସଟିଏଫ ହାତରେ ଲାଗିଥିଲା । ଏବେ ପୋଲିସ ଗୁଡ୍ଡୁ ସନ୍ଧାନ କରୁଛି ।

ଏସଟିଏଫ କହିବା ଅନୁଯାୟୀ, ଆଇଏସଆଇରୁ ମଗାଯାଉଥିବା  ଅସ୍ତ୍ରଶସ୍ତ୍ର ପଞ୍ଜାବ ଦେଇ ଆସୁଥିଲା ଏବଂ ଏହାକୁ ଗୁଡ୍ଡୁ ମୁସଲିମ ହିଁ ପରିଚାଳନା କରୁ୍‌ଥିଲା । ରିମାଣ୍ଡରେ ଆସିଥିବାବେଳେ ଅତିକ ବାରମ୍ବାର ଗୁଡ୍ଡୁ ମୁସଲିମର ନାଁ ନେଉଥିଲା । ଅତିକର ମନରେ ବି ଭୟ ଥିଲା, କାଳେ ଗୁଡ୍ଡୁ ଧରାପଡିଯିବ  । ଏପରି କି ପୋଲିସ କାଳେ ତାକୁ ଏନକାଉଣ୍ଟର କରିଦେବ  କିମ୍ବା କାଳେ ଗୁଡ୍ଡୁ ଜାଣଥିବା ସିକ୍ରେଟ ପୋଲିସକୁ କହି ଦେବ ସେ ନେଇ ଅତିକ ଭୟ କରୁଥିବା ଏସଟିଏଫ କହିଛି ।

ଅଶରଫ ଏବଂ ଅତିକ ଅସଦ ଏବଂ ଗୁଲାମକୁ ସୁରକ୍ଷା ଦେଉଥିଲେ । ଏପରି ସ୍ଥିତିରେ ଗୁଡ୍ଡୁ ତାର ମୋବାଇଲ ବନ୍ଦ ରଖିଥିଲା । ଗୁଡ୍ଡୁ, ସାବିର ଏବଂ ଅରମାନଙ୍କୁ ଏନକାଉଣ୍ଟର ଭୟ ବି ଘାରିଥିଲା । ହତ୍ୟା ପୂର୍ବରୁ ଅଶରଫ ଗୁଡ୍ଡୁ ବିଷୟରେ କିଛି କହିବାକୁ ଯାଉଥିଲା । ହେଲେ ତା ପୂର୍ବରୁ ତାର ମୃତ୍ୟୁ ଘଟିଥିଲା । ତେବେ ଗୁଡ୍ଡୁ ମୁସଲିମ ପାଖରେ ଅନେକ ବଡ ଘଟଣାର ରହସ୍ୟ ଲୁଚି ରହିଛି ଯାଉଁଥି ପାଇଁ ପୋଲିସ ତାକୁ ଖୋଜୁଛି ।

ଅନ୍ୟପକ୍ଷେ ଅତିକଙ୍କ ପତ୍ନୀ ଶାଇସ୍ତାକୁ ବି ପୋଲିସ ଖୋଜୁଛି । ଅତିକ, ଅଶରଫ, ଅସଦ, ଶୁଟର ଗୁଲାମ ହତ୍ୟା ପରେ ଉମେଶ ପାଲ ହତ୍ୟାକାଣ୍ଡର ଅନ୍ୟତମ ସନ୍ଦଗ୍ଧ ପରବୀନ ଏ ଯାଏ ସାମ୍ନାକୁ ଆସି ନାହାନ୍ତି । ତେବେ ଅତିକ ଏବଂ ଅସରଫ ହତ୍ୟାପରେ ୫୦ରୁ-୫୫ ଦିନ ମଧ୍ୟରେ ହୋଇଥିବା ୭ଟି ହତ୍ୟାକାଣ୍ଡର   ପୁରା କାହାଣୀର ଗୁପ୍ତ ତଥ୍ୟ ଶାଇସ୍ତାଙ୍କ ପାଖରେ ରହିଛି ।

 

Leave A Reply

Your email address will not be published.