Latest Odisha News

BREAKING NEWS

ବଢିଲା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ, ୨୦୨୪ ଜୁନ୍ ଯାଏଁ ପଦରେ ରହିବେ

ନୂଆଦିଲ୍ଲୀ: ବଢିଲା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ । ୨୦୨୪ ଜୁନ୍ ମାସ ପର୍ଯ୍ୟନ୍ତ ଦଳର ସଭାପତି ରହିବେ ବୋଲି ଜଣାପଡିଛି । ଜାନୁଆରୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବା ଏହି ନିଷ୍ପତ୍ତିକୁ ଆଜି ଦଳର ଜାତୀୟ ପରିଷଦ ଦ୍ୱାରା ଅନୁମୋଦିତ ହୋଇଛି ।

ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ, ବିଜେପି ୨୦୨୪ ଲୋକସଭା ନିର୍ବାଚନ ଜେପି ନଡ୍ଡାଙ୍କ ନେତୃତ୍ୱରେ ଲଢିବାକୁ ଯାଉଛି । ଗତକାଲି ଦିଲ୍ଲୀରେ ଆରମ୍ଭ ହୋଇଥିବା ବିଜେପିର ଦୁଇ ଦିବସୀୟ ରାଷ୍ଟ୍ରୀୟ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକକୁ ଜେପି ନଡ୍ଡା ଉଦଘାଟନ କରିଥିଲେ । ହେଲେ ଆଜି ସମାପନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ବିଜେପିର ଏହି ଜାତୀୟ ଅଧିବେଶନକୁ ସମ୍ବୋଧିତ କରିଥିଲେ । ଏହାସହ ନେତା ଓ କର୍ମକର୍ତ୍ତାଙ୍କୁ ୨୦୨୪ ନିର୍ବାଚନରେ ବିଜୟ ପାଇଁ ମନ୍ତ୍ରୀ ଦେଇଛନ୍ତି ।

୨୦୧୯ରେ ଯେତେବେଳେ ଦଳର ମୁଖ୍ୟ ଅମିତ ଶାହା କେନ୍ଦ୍ର ମନ୍ତ୍ରୀ ହୋଇଥିଲେ ସେହି ସମୟରେ ଜେପି ନଡ୍ଡା ଭାଜପା କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ନେଇଥିଲେ । ଏହାପରେ ନଡ୍ଡା ୨୦୨୦ରେ ପୂର୍ଣ୍ଣକାଳୀନ ପାର୍ଟି ସଭାପତି ଗ୍ରହଣ କରିଥିଲେ ।

Leave A Reply

Your email address will not be published.