Latest Odisha News

BREAKING NEWS

ଯଶସ୍ୱୀଙ୍କ ଦ୍ୱିଶତକ, ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ରାଜକୋଟରେ ଇତିହାସ ରଚିଛି । ଏହି ମ୍ୟାଚରେ ଭାରତ ୪୩୪ ରନର ବୃହତ ବିଜୟ ହାସଲ କରି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଥମ ଇନିଂସରେ ୪୪୫ ରନ କରିଥିଲା । ଜବାବରେ ଇଂଲଣ୍ଡ ୩୧୯ ରନ କରିବା ଫଳରେ ଟିମ ଇଣ୍ଡିଆ ୧୨୬ ରନର ଅଗ୍ରଣୀ ହାସଲ କରିଥିଲା । ଭାରତ ଦ୍ୱିତୀୟ ଇନିଂସରେ ୪ ୱିକେଟ ବିନିମୟରେ ୪୩୦ ରନ କରି ଇନିଂସ ଘୋଷଣା କରିଥିଲା । ଯଶସ୍ୱୀ ଜୈସୱାଲ ୨୧୪ ରନ ଓ ସର୍ଫରାଜ ଖାଁ ୬୮ ରନ କରି ଅପରାଜିତ ରହିଥିଲେ । ଶୁଭମନ ଗିଲ ୯୧ ରନ କରି ଶତକ ହାସଲରୁ ବଂଚିତ ହୋଇଥିଲେ ।

୫୫୭ ରନର ଲକ୍ଷ୍ୟକୁ ପିଛା କର ଭ୍ରମଣକାରୀ ଟିମ ୧୨୨ ରନ କରି ଅଲଆଉଟ ହୋଇ ଯାଇଥିଲା । ମାର୍କ ଉଡଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨୦ରୁ ଅଧିକ ସ୍କୋର କରିପାରି ନ ଥିଲେ । ବେନ ଷ୍ଟୋକ୍ସ ୧୫ ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୫ଟି ଓ କୁଲଦୀପ ଯାଦବ ୨ଟି ୱିକେଟ ନେଇଥିଲେ । ଯଶପ୍ରୀତ ବୁମରାହ ଓ ଆର.ଅଶ୍ୱୀନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ଟେଷ୍ଟରେ ଏହା ଭାରତର ସବୁଠାରୁ ବଡ ବିଜୟ । ପୂର୍ବରୁ ୨୦୨୧ରେ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଥିଲା । ୧୯୩୪ରେ ଅଷ୍ଟ୍ରେଲିଆ ୫୬୨ ରନରେ ଇଂଲଣ୍ଡକୁ ପରାସ୍ତ କରିଥିଲା ।

Leave A Reply

Your email address will not be published.