Latest Odisha News

BREAKING NEWS

କରଞ୍ଜିଆରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ମାରାଥନ ପ୍ରଚାର,କହିଲେ ଏଥର ଓଡ଼ିଶାରେ ୨୧ରୁ ୨୧ ଜିତିବୁ

ମୟୂରଭଞ୍ଜ: କରଞ୍ଜିଆ ରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ମାରାଥନ ପ୍ରଚାର ।ବିଜେଡି ସରକାର ଉପରେ ସିଧା ସଳଖ ପ୍ରହାର କରିଛନ୍ତି ନଡ୍ଡା। କହିଲେ ବିଜେଡି କୁ ଏବେ ଶାସନଭାର ରୁ ଦିଅନ୍ତୁ ଆରାମ। ଓଡ଼ିଶା ପ୍ରଶାସନକୁ ଆଉଟସୋର୍ସ  କହିଛନ୍ତି । ଓଡ଼ିଶା ପ୍ରଶାସନ ସମ୍ଭାଳିବା ପାଇଁ କଣ ଓଡ଼ିଆ ପୁଅ ବା ଝିଅ ନାହାନ୍ତି  ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ଆସିଲେ ଓଡ଼ିଶା ମାଟିରେ ଜନ୍ମ ନେଇଥିବା ଭାଇ କି ଭଉଣୀ ଓଡ଼ିଶା ରେ ନେତୃତ୍ୱ ନେବେ। ବିଜେପି ଆସିଲେ ରତ୍ନଭଣ୍ଡାର ଚାବି ମାମଲା ଉପରେ ମଧ୍ୟ ଯାଞ୍ଚ ହେବ।

କରଞ୍ଜିଆ ରେ ଆଜି ଥିଲା  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ବାଚନୀ ପ୍ରଚାର। ସେ ଏହି ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ହୋଇଥିବା ସମସ୍ତ କାର୍ଯ୍ୟକୁ ବଖାଣିବାଛନ୍ତି । ସେହିପରି ଚଳିତ ନିର୍ବାଚନ ପାଇଁ ମୋଦି ଦେଇଥିବା ଗ୍ୟାରେଣ୍ଟି ବିଷୟରେ କହିଛନ୍ତି । ଭାରତରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକଲବ୍ୟ ମଡେଲ ସ୍କୁଲ ଖୋଲିଛନ୍ତି ମୋଦୀ ସରକାର । ଏବେ ଆଦିବାସୀ ଲୋକ ସଂଗ୍ରହ କରୁଥିବା ୯୦ଟି ଜଙ୍ଗଲଜାତ ଦ୍ରବ୍ୟକୁ ଏମଏସପିରେ ସାମିଲ କରିଛନ୍ତି । ସୂର୍ଯ୍ୟ ବନ୍ଦନ ଯୋଜନାରେ ବିଜୁଳି ବିଲ ପୁରା ଛାଡ କରିବେ ପ୍ରଧାନମନ୍ତ୍ରୀ  ।ବିଜେପି ସରକାର ଆସିଲେ ଓଡ଼ିଶାର ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ହେବେ  ।ମେଡ଼ିସିନ ବନେଇବାରେ ଓ ଷ୍ଟିଲ କ୍ଷେତ୍ରରେ ଭାରତ ଆଜି ସମଗ୍ର ବିଶ୍ବରେ ୨ ନମ୍ବରରେ ଅଛି । ମୋଦି ଙ୍କ ପାଇଁ ଆଜି ଭାରତ ଅର୍ଥନୀତି ରେ ୫ ନମ୍ବରରେ ଅଛି । ସେ କହିଛନ୍ତି, ଭାରତ ରାଜନୀତିର ପରିଭାଷା ବଦଳାଛନ୍ତି ମୋଦି।

ମୋଦୀ ସରକାର ଉଜ୍ଜଳା ଯୋଜନାରେ ଲୋକଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇଛନ୍ତି  । ଏଥର ସଫା ଦିଶୁଛି ଓଡ଼ିଶାରେ ବିଜେପି ସରକାର ଗଢିବ। ସେହିପରି ଏଥର ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଲୋକ ମନସ୍ଥ କରିସାରିଛନ୍ତି  । ରାଜ୍ୟରେ ବିଜେପି ସରକାର ଆସିବା ପାଇଁ ମଧ୍ୟ ଲୋକ ମନସ୍ଥ  କରିଛନ୍ତି । ଓଡିଶାରେ କି ସରକାର ଚାଲିଛି ତାହା ସମସ୍ତଙ୍କୁ ଜଣା । ଓଡ଼ିଶାରେ ବିଭିନ୍ନ ଶିଳ୍ପ ବନ୍ଦ ହୋଇଗଲାଣି  । ଓଡିଶାରେ ସବୁକିଛି ଅଛି ହେଲେ ଓଡିଶାର ଯୁବକମାନେ ବାହାରକୁ ଯାଉଛନ୍ତି କାମ କରିବାକୁ ।ଏଭଳି ସରକାରକୁ ପୁଣିଥରେ ସୁଯୋଗ ଦେବା ଉଚିତ୍ କି? ନାହିଁ ପ୍ରଶ୍ନ କରିଛନ୍ତି ନଡ୍ଡା ।  ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି କିଏ ନେଇଛି? ତାହା ସମସ୍ତେ ଜାଣିଛନ୍ତି । ବହୁତ ସମୟ ହେଲାଣି ଓଡିଶାରେ ନବୀନ ଶାସନ କଲେଣି ତାଙ୍କୁ ଆରାମ ଦିଅନ୍ତୁ ଏବଂ ବାହାର ଲୋକକୁ ବାହାରକୁ ପଠାନ୍ତୁ । ଓଡ଼ିଆ ଲୋକକୁ ଓଡ଼ିଶାର ଶାସନଭାର ଦିଅନ୍ତୁ ।

ଇଣ୍ଡିଆ ମେଣ୍ଟ କେବଳ ତୁଷ୍ଟିକରଣ ରାଜନୀତି କରୁଛି । ପୂର୍ବରୁ ଭାରତରେ ରାଜନୀତି ଧର୍ମ, ଜାତି, ଅଞ୍ଚଳକୁ ନେଇ ହେଉଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଯେବେଠୁ ସବକା ସାଥ, ସବକା ବିକାଶ, ସବକା ପ୍ରୟାସ ନାରା ଦେଇଛନ୍ତି ସେବେଠୁ ବିକାଶମୂଳକ ରାଜନୀତି ଆରମ୍ଭ ହୋଇଛି । ସେହିପରି କଂଗ୍ରେସ ଏବଂ ଏନଡିଏ ମେଣ୍ଟକୁ ମଧ୍ୟ ଟାର୍ଗେଟ କରିଛନ୍ତି ନଡ୍ଡା।

Leave A Reply

Your email address will not be published.