Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଏଆଇ ବୋଲି ପୁଣି ସନ୍ଦେହ କଲା ବିଜେପି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଏଆଇ ବୋଲି ପୁଣି ସନ୍ଦେହ କଲା ବିଜେପି । ଆଜି ବିଜେପି ଏକ ପ୍ରେସମିଟ କରି କହିଛି ଯେ ମୁଖ୍ୟମନ୍ତ୍ରୀ କେବେ ‘ଚୋର’ ଶବ୍ଦ ବ୍ୟବହାର କରିବେ ନାହିଁ । ବିଜେଡି ଭିଡିଓରେ ଯେଉଁ  ‘ଚୋର’ ଶବ୍ଦ ବ୍ୟବହାର କରାଯାଇଛି ତାକୁ କେବେ ହେଲେ ବି ମୁଖ୍ୟମନ୍ତ୍ରୀ କହିନାହାଁନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ପାଟିରୁ କେବେହେଲେ ବି ଚୋର ଶବ୍ଦ ବାହାରିବ ନାହିଁ କହିଲେ ସମୀର ମହାନ୍ତି ।

ଆମେ ଯେତିକି ତାଙ୍କୁ ଜାଣିଛୁ, ସେ କେବେ ଏଭଳି ଶବ୍ଦ ବ୍ୟବହାର କରିବେନି  ।ମୁଖ୍ୟମନ୍ତ୍ରୀଙ୍କ ଭିଡିଓରେ ମ୍ୟୁଜିକ ଲଗାଯାଏ କି ପ୍ରଶ୍ନ କଲେ ସମୀର । ମୁଖ୍ୟ ସଚିବ ଏବଂ ଡିଜିପି କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁ ନାହାନ୍ତି । ସମୀର କହିଛନ୍ତି ଆମେ ବରୋଧି ଦଳର ଦାୟିତ୍ବ ନିର୍ବାହ କରୁଛୁ । କିନ୍ତୁ ନବୀନବାବୁ ଓଡିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ ,ସେ ଏକଥାକୁ ଭୁଲିଯିବା କଥା ନୁହଁ ।ସେବା କରିବାକୁ ଆସି ବାବୁମାନେ ଶାସନତନ୍ତ୍ରକୁ ମାଡ଼ି ବସିଲେଣି । ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନମୁକ୍ତ କରାଯାଉ ବୋଲି କହିଛନ୍ତି ସମୀର ମହାନ୍ତି ।

କହି ରଖୁଛୁ,ଗତ କିଛି ଦିନ ହେବ ବିଜେପି ମୁଖ୍ୟମନ୍ତ୍ରୀଙ୍କ ସର୍ଟ ଭିଡିଓକୁ ଏଆଇ ବୋଲି ଦାବି କରୁଛି । ଯଦି ନବୀନ ବାବୁ କହୁଥାନ୍ତେ, ତାହେଲେ ସଭା ସମିତିରେ ବି କୁହନ୍ତେ । କିନ୍ତୁ ସଭାରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ୍ ଲେଖା ପଢ଼ି ଦେଉଛନ୍ତି ବୋଲି ବିଜେପି ପ୍ରଶ୍ନ କରିଥିଲା । ଏହାର ଜବାବରେ ବିଜେଡି ମଧ୍ୟ ଏକ ଭିଡିଓ ବାର୍ତ୍ତା ଦେଇଥିଲା  । ଯାହାକୁ ନେଇ ଆଜି ପୁଣି ବିଜେପି ପ୍ରଶ୍ନ କରିଛି ।

Leave A Reply

Your email address will not be published.