Latest Odisha News

BREAKING NEWS

ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ସରକାର ଗଠନ କରିବ ବିଜେପି: ମନମୋହନ ସାମଲ

ଭୁବନେଶ୍ୱର: ରାଉରକେଲାରେ ରାଜ୍ୟ ବିଜେପିର ଦୁଇ ଦିନିଆ ଚିନ୍ତନ ତଥା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିସ୍ତୃତ ଓ ସୁଦୃଢ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନିଶ୍ଚୟ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ସରକାର ଗଠନ କରିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

ରାଜ୍ୟର ବିଜେଡି ଶାସନରେ ସବୁ ଅସୁରକ୍ଷିତ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି। କେନ୍ଦ୍ର ଦେଉଥିବା ଅନୁଦାନ ଓ ସହାୟତା ରାଶିର ହିସାବ ଦେଉ ନାହାନ୍ତି ରାଜ୍ୟ ସରକାର। ଖଣି, ଖାଦାନର ‘ଭେଲୁଏଡିସନ’ ପରିବର୍ତ୍ତେ ହରିଲୁଟ କରାଗଲା ବୋଲି ଅଭିଯୋଗ ଆଣିଛନ୍ତି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଆନ୍ତରିକତାର ଅଭାବ ରହିଛି । ଦାଦନ, ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ସମସ୍ୟା ଉଠାଇ ଖୁବ୍ ବର୍ଷିଛନ୍ତି।

ତେବେ ଓଡ଼ିଶାର ସ୍ୱାଭିମାନକୁ କଦାପି ଭୁଲୁଣ୍ଠିତ ହେବାକୁ ଦିଆଯିବ ନାହିଁ। ଓଡ଼ିଶାର ସାମଗ୍ରିକ ବିକାଶ ବିଜେପିର ପ୍ରାଥମିକତା ବୋଲି ମନମୋହନ ସାମଲ କହିଛନ୍ତି। ବୈଠକରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ବି.ଏଲ.ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର ପ୍ରମୁଖଙ୍କ ସମେତ ରାଜ୍ୟ ପଦାଧିକାରୀ ଏବଂ ବିଭିନ୍ନ ମୋର୍ଚ୍ଚାର ନେତୃବୃନ୍ଦ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.