Latest Odisha News

BREAKING NEWS

ବିଦ୍ରୋହୀ ଚାହିଁଲେ ଜିତିବ ବିଜେପି !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଚଳିତ ମାସ ୧୭ ତାରିଖରେ ଭୋଟଗ୍ରହଣ ହେବାକୁ ଥିବାବେଳେ ଭିନ୍ନ ଭିନ୍ନ ରଣନୀତି ନେଇ ପ୍ରମୁଖ ଦଳ କାର୍ଯ୍ୟ କରୁଛନ୍ତି। ଉଭୟ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସକୁ ଘାରିଛି ବିଦ୍ରୋହୀ ଚିନ୍ତା।

ଯେଉଁ ପ୍ରମୁଖ ନେତାମାନେ ଟିକେଟ ପାଇ ନାହାନ୍ତି ସେମାନଙ୍କ ମଧ୍ୟରୁ କିଛି ନେତା ଦଳ ଛାଡିବା ସହ ଅନ୍ୟ ଦଳରେ ମିଶି ପ୍ରାର୍ଥୀ ହୋଇଛନ୍ତି। ସେମିତି ଆହୁରି ଅନେକ ନେତା ସ୍ୱାଧିନ ଭାବେ ପ୍ରାର୍ଥୀ ହୋଇଛନ୍ତି। ଯାହାକୁ ନେଇ ବିଜେପି ଅଧିକ ଚିନ୍ତାରେ ଥିବା ଦେଖିବାକୁ ମିଳିଛି।

ଯେଉଁଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତିନି ଦିନ ଏମପିରେ ରହି ବିରୋଧୀଙ୍କୁ ମନାଇବାରେ ଲାଗିଥିଲେ। କିନ୍ତୁ ସେମିତି ବିଶେଷ କିଛି ସୁଫଳ ମିଳି ନ ଥିବା ଚର୍ଚ୍ଚା ହେଉଛି।

ସେପଟେ ଏ ସବୁକୁ ନେଇ ବିଜେପି ନଭେମ୍ବର ଦୁଇ ତାରିଖ ଅର୍ଥାତ ଆସନ୍ତାକାଲିକୁ ଅପେକ୍ଷା କରିଛି। ଦୁଇ ତାରିଖ ଏମପିରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ତେଣୁ ଅମିତ ଶାହାଙ୍କ ସମେତ ଅନ୍ୟ ନେତୃତ୍ୱ ବିଦ୍ରୋହୀଙ୍କୁ ବୁଝାଇବାର ଲାଭ ମିଳୁଛି କି ନାହିଁ ଏହା ପରେ ହିଁ ଜଣାପଡ଼ିବ।

ବିଜେପିର ପୂର୍ବତନ ନେତା ତଥା ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ ଏବଂ ବିଧାୟକ ବିରେନ୍ଦ୍ର ସିଂ ରଘୁବଂଶୀ କଂଗ୍ରେସକୁ ଯାଇଛନ୍ତି। ଅମିତ ଶାହା ଧିରଜ ପଟେରିଆ ଓ ସମର୍ଥକ ମାନଙ୍କୁ ଭେଟିବା ପରେ ସେ ଲଢ଼ିବେ ନାହିଁ ବୋଲି କହିଥିଲେ।

ସେହିପରି ଅସନ୍ତୁଷ୍ଟ ଥିବା ଶରଦ ଜୈନ ମଧ୍ୟ ଶାହାଙ୍କ ବୁଝାଇବା ପରେ ବୁଝିଥିବା କୁହାଯାଉଛି। ସେହିପରି ଅନ୍ୟଜଣେ ବିଜେପି ବିଧାୟକ ମଙ୍ଗୱାନ ପଂଚୁଲାଲ ପ୍ରଜାପତି, ଟିଓନଥର ସାମଲାଲ ଦ୍ବିବେଦୀ ଦଳୀୟ ଟିକେଟ ପାଇ ନ ଥିବାରୁ ଅସନ୍ତୁଷ୍ଟ ଥିଲେ। ପ୍ରଜାପତିଙ୍କ ପତ୍ନୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

କିନ୍ତୁ ଶାହାଙ୍କ ଆଲୋଚନା ପରେ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ନେଇ ଆଲୋଚନା ହେଉଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ଆଉ ମାତ୍ର ଅଳ୍ପ ସମୟ ବାକି ଥିବାବେଳେ ବିଜେପିର ଅସନ୍ତୁଷ୍ଟ ମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଉପରେ ଦଳ ଅଧିକ ଗୁରୁତ୍ୱ ଦେଉଛି।

ତେଣୁ ବିଦ୍ରୋହୀଙ୍କୁ ମନାଇବାରେ ଯଦି ଦଳ ସମ୍ପୂର୍ଣ ସଫଳ ହେଲା ତାହେଲେ ଏମପିରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.