Latest Odisha News

BREAKING NEWS

ଜୁନ ୧୫ରେ ସମସ୍ତ ଜିଲ୍ଲାରେ ବିଜେପି ପାଳିବ ମୋଦୀ ସରକାରର ଆଠ ବର୍ଷର ସଫଳତା

ଭୁବନେଶ୍ୱର: କେନ୍ଦ୍ରର ମୋଦୀ ସରକାରର ୮ ବର୍ଷ ପୂର୍ତ୍ତିକୁ ରାଜ୍ୟ ବିଜେପି ପାଳନ କରିବ । ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବ ବିଜେପି। ରାଜ୍ୟ ବିଜେପିର ବରିଷ୍ଠ ନେତା ପ୍ରଦୀପ ପୂରୋହିତ ଏହି ସୂଚନା ଦେଇଛନ୍ତି।

ପୂରୋହିତ କହିଛନ୍ତି, ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୩୬ଟି ସାଙ୍ଗଠନିକ ଜିଲ୍ଲାରେ ଏହି ପୂର୍ତ୍ତିପାଳନ ହେବ। ଏହି କାର୍ୟ୍ୟକ୍ରମରେ ସମସ୍ତ ନିର୍ବାଚିତ ବିଧାୟକ, ସାଂସଦଙ୍କ ସହିତ ପୂର୍ବତନ ସାଂସଦ ଓ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀଙ୍କ ସହିତ ସମସ୍ତ ଅଫିସର କର୍ମଚାରୀ ଉପସ୍ଥିତ ରହିବେ।

ଉଲ୍ଲେଖଯୋଗ୍ୟ, କ୍ଷମତାକୁ ଆସିବାର ଆଠ ବର୍ଷ ପୂର୍ତ୍ତି ଅବସରରେ ମୋଦୀ ସରକାର ଦେଶର ବିଭିନ୍ନ ସ୍ଥାନରେ ନିଜର ସଫଳତାକୁ ଲୋକଙ୍କ ପାଖରେ ପହଁଚାଇବାକୁ ପ୍ରୟାସ କରୁଛନ୍ତି। ଜୁନ୍ ୧ ତାରିଖରେ ଓଡ଼ିଶା ବିଜେପି ସଭାପତି ସମୀର ମହାନ୍ତି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ୮ ବର୍ଷ ମଧ୍ୟରେ ଓଡ଼ିଶା କ’ଣ ପାଇଛି ସେ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଆଠ ବର୍ଷ ମଧ୍ୟରେ, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୮,୩୮,୩୩୧ ଘର ନିର୍ମାଣ ହୋଇଥିବାବେଳେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରିବି କଲ୍ୟାଣ ଅନ୍ନ ଯୋଜନାରେ ୩,୨୫,୦୦୦ ହିତାଧିକାରୀ ଉପକୃତ ହୋଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ ୫୨,୩୪,୦୦୦ ମହିଳା ମାଗଣା ଏଲପିଜି ଗ୍ୟାସ ସଂଯୋଗ ପାଇଛନ୍ତି ଏବଂ ରାଜ୍ୟରେ ୭୧ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି।

Leave A Reply

Your email address will not be published.