Latest Odisha News

BREAKING NEWS

ଓଡିଶା ରାଜନୀତିରେ ସଂପୂର୍ଣ୍ଣ ପରିବର୍ତ୍ତନ ହେବ, ବିଜେପି ସରକାର ଗଠନ କରିବ: ମନମୋହନ ସାମଲ

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ବର୍ତମାନ ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ବିଧାୟକ, ମନ୍ତ୍ରୀଙ୍କ କଥାର କୌଣସି ଗୁରୁତ୍ୱ ନାହିଁ । ଲୋକଙ୍କ ମନରେ ପରିବର୍ତନ ହୋଇଛି ଏବଂ ଓଡିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି । ଓଡିଶା ରାଜନୀତିରେ ସଂପୂର୍ଣ୍ଣ ପରିବର୍ତ୍ତନ ହେବ ଏବଂ ୨୦୨୪ରେ ଓଡିଶାରେ ସରକାର ଗଠନ କରିବ ଭାରତୀୟ ଜନତା ପାର୍ଟି । ଆଗାମୀ ନିର୍ବାଚନକୁ ନେଇ ଏମିତି ଆକଳନ କରିଛନ୍ତି ରାଜ୍ୟ ସଭାପତି  ମନମୋହନ ସାମଲ ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳର ପୂର୍ବତନ ବିଧାୟକ ରବି ନାଏକ ଆଜି କଂଗ୍ରେସ ଦଳ ପରିତ୍ୟାଗ କରି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଜେଡିର ମଧ୍ୟ ବହୁ ନେତା,କର୍ମୀ ଦଳରେ ସାମିଲ ହେଇଛନ୍ତି ।  ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ନେତା ତଥା ସୁସଂଗଠକ  ହିମାଂଶୁ ଶେଖର ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ନରେଶ ଚନ୍ଦ୍ର ମହାନ୍ତି ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ବିଶ୍ୱରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଓଡିଶା ହାଇକୋର୍ଟର ଓକିଲ ଶ୍ରୀମତୀ ଚିନୁ ରାଣୀ ପଣ୍ଡା ଓ ଶ୍ରୀମତୀ ଜିନୁ ରାଣୀ; ମାର୍ଶଲ ଆର୍ଟ, ତାଇକୋଣ୍ଡ, କରାଟେ ଏବଂ କିକ୍ ବକ୍ସିଂ ଆନ୍ତର୍ଜାତୀୟ ଓ ଜାତୀୟସ୍ତରର ସୁନାମଧନ୍ୟ ଖେଳାଳୀ ଡ. ଅର୍ଚ୍ଚନା କାନୁନଗୋ, ସମାଜସେବୀ ତଥା ବିଶିଷ୍ଟ ଗୀତିକାର ଏବଂ ଲେଖକ ଶ୍ରୀମତୀ ନିହାରୀକା ପଟ୍ଟନାୟକ; ବରଗଡର ସୁନାମଧନ୍ୟ ଚିକିତ୍ସକ ଡ. ରାମକୃଷ୍ଣ ପୁରୋହିତ ଏବଂ ଜଟଣୀବାସିନ୍ଦା ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ଶ୍ରୀ ଅଯୋଧ୍ୟା ଶତପଥୀ ମଧ୍ୟ ଅନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ନୂତନ ସଦସ୍ୟମାନେ ୮୯୮୦୮୦୮୦୮୦ ନମ୍ବରରେ ଡାଏଲ କରି ବିଜେପିର ସଦସ୍ୟ ହୋଇଥିଲେ । ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଏହି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ କେ.ଭି.ସିଂହଦେଓ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଂଜଳୀ ବେହେରା, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡା, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦିକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ମହିଳାମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ଉମାକାନ୍ତ ପଟ୍ଟନାୟକ, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ମୋହନ ଦାସ, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର, ବିଭୂତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.