Latest Odisha News

BREAKING NEWS

ପୁଣି ଆଜବେଷ୍ଟସ୍ ଭାଙ୍ଗି ଲୁଟିନେଲେ..

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ ଲୁଟେରାଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି  । ପ୍ରତିଦିନ ଚୋରୀ , ରାହାଜାନି ଭଳି ଅପରାଧିକ ଘଟଣା ସାମ୍ନାକୁ ଆସୁଛି । ଗତ କିଛି ଦିନ ତଳେ ଦୋକାନ ଆଜବେଷ୍ଟସ ଭାଙ୍ଗି ଚୋର ମାନେ ସୁନାଗହଣା ଓ ଟଙ୍କା ଲୁଟି ନେଇଥିବାବେଳେ ଆଜି ମଧ୍ୟ ସେମିତି କିଛି ଘଟଣା ଦେଖିବାକୁ ମିଳିଛି । ଗଣେଶ ମାର୍କେଟରେ ଥିବା ଏକ ଦୋକାନ ଆଜବେଷ୍ଟସ ଭାଙ୍ଗି ଚୋରମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ।  ଅଭିଯୋଗ ଅନୁସାରେ ସବୁଦିନ ପରି ଗତରାତିରେ ମଧ୍ୟ ଦୋକାନ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ ।

ହେଲେ ଆଜି ସକାଳୁ ଦୋକାନ ଖୋଲିବା ବେଳେ ଉପର ଆଜବେଷ୍ଟ ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ । ଦୋକାନ ଭିତରେ ଜିନିଷପତ୍ର ଏପଟ ସେପଟ ହୋଇ ପଡିଥିବାବେଳେ ଡ୍ରୟର ରେ ଥିବା ଲକ୍ଷାଧିକ ଟଙ୍କା ଚୋରି ହୋଇଯାଇଥିଲା । ଏନେଇ ଦୋକାନ ମାଲିକ ଜଣକ  ସୋନପୁର ପୋଲିସକୁ ଖବର ଦେଇଥିଲେ  ।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି  । ବାରମ୍ବାର ସହରରେ ଏଭଳି ଘଟଣା ଘଟୁଛି ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି  । ତେଣୁ ପୋଲିସର ନିଷ୍କ୍ରିୟତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି  ।

Leave A Reply

Your email address will not be published.