Latest Odisha News

BREAKING NEWS

ଦଳ ଭିତରେ ଏକ ଘରିକିଆ ଅପରାଜିତା ! ଦଳୀୟ କର୍ମୀ କହିଲେ ପ୍ରଚାର ପାଇଁ ନାହିଁ ଆବଶ୍ୟକ ପତାକା

ଭୁବନେଶ୍ୱର: ରାଜଧାନୀରେ ମେୟର ପଦ ହାତେଇବା ପାଇଁ ବିଜେଡି ଓ କଂଗ୍ରେସ ଜୋରଦାର ପ୍ରୟାସ କରୁଛନ୍ତି । କଂଗ୍ରେସ ରାଜଧାନୀରେ ନିଜର ସ୍ଥିତି ଜାଣିଥିଲେ ମଧ୍ୟ ୱାର୍ଡ-ୱାର୍ଡକୁ ବୁଲି ପ୍ରଚାରକୁ ଜୋରଦାର କରୁଛି । ହେଲେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ଏଠି ଶିଥିଳ ପଡିଯାଇଛି । କାରଣ ପ୍ରଚାର କରିବା ପାଇଁ ଆବଶ୍ୟକ ଥିବା ଦଳୀୟ ପତାକା ମଧ୍ୟ ନାହିଁ । ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ପ୍ରତିନିଧି ଦେବାଶିଷ ନାୟକ ତାଙ୍କ ଫେସବୁକ ପୋଷ୍ଟରେ ଏହା ଉଲ୍ଲେଖ କରିଛନ୍ତି । ଯଦି ଏହା ସତ ହୋଇଥାଏ ତାହେଲେ ବାରି ହୋଇପଡୁଛି ବିଜେପି ନିଜର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ସେତେଟା ଗୁରୁତ୍ୱ ଦେଉନି ।

BjdElectrycity

ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ପ୍ରଚାରକୁ ଜୋରଦାର କରିଛନ୍ତି । ତାଙ୍କ ସହିତ ମନ୍ତ୍ରୀ, ବିଧାୟକ ମଧ୍ୟ ପ୍ରଚାରରେ ସାମିଲ ହୋଇ ଭୋଟ୍ ହାତେଇବାକୁ ଉଦ୍ୟମ କରୁଛନ୍ତି । ଟିକେଟ ବଂଟାକୁ ନେଇ ଦଳରେ କନ୍ଦଳ ଥିଲେ ମଧ୍ୟ ବିଜେଡି ପ୍ରଚାର ବେଳେ ଏକତା ରହିଛି ବୋଲି ଦର୍ଶାଉଛିା
କିନ୍ତୁ ବିଜେପିର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ପ୍ରଚାର ବେଳେ ବିଜେପିର ଜଣାଶୁଣା ଚେହେରା ଉପସ୍ଥିତ ରହୁନଥିବା ଦେଖିବାକୁ ମିଳିଛି ।

ଅନ୍ୟ ସମୟରେ କିନ୍ତୁୁ ଲେଖାଶ୍ରୀ ସାମନ୍ତସିଂହାର, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ, ପୃଥିବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର କିନ୍ତୁ ନିଜର ଉପସ୍ଥିତ ଜାହିର କରନ୍ତି । ରାଜନୈତିକ ମହଲରେ ଯାହା ଚର୍ଚ୍ଚା ହେଉଛି ସାଂସଦ ଅପରାଜିତା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଅଲଗା ଅଲଗା । ଉପରେ ଏକ ଅଛନ୍ତି ବୋଲି କହୁଥିଲେ ମଧ୍ୟ ଭିତରେ କେହି କାହାର ମୁହଁ ଚାହୁଁ ନାହାନ୍ତି । ତେଣୁ ସୁନୀତି ମୁଣ୍ଡଙ୍କ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଗୋଷ୍ଠୀ ପ୍ରଚାରକୁ ଆସୁନଥିବା ସୂଚନା ରହିଛିା ସୁନୀତି ମୁଣ୍ଡଙ୍କ ପ୍ରଚାର କେବଳ ବାବୁ ସିଂ ଏବଂ ଜଗନ୍ନାଥ ପ୍ରଧାନଙ୍କୁ ନେଇ ଚାଲିଛି ।

ସେହିପରି ବାଣପୁରରେ ହୋଇଥିବା ବର୍ବରୋଚିତ ଘଟଣା ପାଇଁ ବିଜେପି ନେତା ସମ୍ବିତ ପାତ୍ର ଆସିଲେ ଭୁବନେଶ୍ୱରରେ ପ୍ରେସମିଟ୍ କରି ଚାଲିଗଲେ । କିନ୍ତୁ ମୁଣ୍ଡଙ୍କ ପାଇଁ କ୍ୟାମ୍ପେନ କରିନଥିବା ଦେଖିବାକୁ ମିଳିଛିା ଯେଉଁଦିନ ପ୍ରଶାନ୍ତ ଜଗଦେ୍ଦବ ବିଜେପି କର୍ମୀଙ୍କ ଉପରେ କାର ମଡାଇ ଦେଇଥିଲେ ସେହିଦିନ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହିଂସା ହୋଇଥିଲାା ଜଣେ ବିଜେପି ପ୍ରାର୍ଥୀଙ୍କ ସ୍ୱାମୀ ଏବଂ ସମର୍ଥକ ଆକ୍ରମଣର ଶିକାର ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ହେଲେ ସମ୍ବିତ ପାତ୍ର ଏ ବାବଦରେ ନିରବ ରହିଥିଲ ।

Comments are closed, but trackbacks and pingbacks are open.