Latest Odisha News

BREAKING NEWS

କାର୍‌ରେ ଡ୍ରଗ୍ସ ଆଣୁଥିବା ଅଭିଯୋଗରେ ବିଜେପି ଯୁବ ନେତ୍ରୀଙ୍କୁ ଗିରଫ କଲା ପୋଲିସ୍

କୋଲକାତା: କାର୍‌ରେ କୋକିନ୍‌ ଆଣୁଥିବା ବେଳେ ବିଜେପି ଯୁବ ନେତ୍ରୀ ଗିରଫ । ଗିରଫ ନେତ୍ରୀଙ୍କ ନାଁ ପାମେଲା ଗୋସ୍ୱାମୀ । ସେ ନିଜ କାର୍‌ରେ କୋକିନ୍ ନେଇଯାଉଥିବା ବେଳେ ତାଙ୍କୁ ଗିରଫ କରିଛି କୋଲକାତା ପୋଲିସ୍ । ଏଥିସହିତ ପାମେଲାଙ୍କ ବନ୍ଧୁ ପ୍ରବୀର କୁମାର ଦେଙ୍କୁ ମଧ୍ୟ କୋଲକାତାର ନ୍ୟୁ ଅଲିପୁର ଏରିଆ ଏନ୍‌ଆର୍‌ ଏଭିନ୍ୟୁରୁ ଗିରଫ କରାଯାଇଛି । ପାମେଲା କାର୍‌ରେ ଯାଉଥିବା ବେଳେ ତାଙ୍କର ସାଙ୍ଗରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଥିଲେ ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ପାମେଲା ଅନେକ ସମୟରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ନିଜ ଗାଡ଼ି ଠିଆ କରନ୍ତି । ଏ ଘଟଣା ସମ୍ପର୍କରେ ପୂର୍ବରୁ ପୋଲିସ ଅବଗତ ଥିଲା । ତେଣୁ ପୋଲିସ ପାମେଲାଙ୍କ ଗତିବିଧି ଉପରେ ନଜର ରଖିଥିଲା । ପାମେଲା କାର୍‌ରେ କୋକିନ ଆଣିବେ ବୋଲି ପୋଲିସ ପାଖରେ ପୂର୍ବରୁ ସୂଚନା ପହଞ୍ଚି ସାରିଥିଲା । ଘଟଣାସ୍ଥଳରେ ପହଞ୍ଚି ପାମେଲାଙ୍କ କାର୍ ଅଟକାଇ ସର୍ଚ୍ଚ ଆରମ୍ଭ କରିଥିଲା ପୋଲିସ୍ । ପାମେଲାଙ୍କ ବ୍ୟାଗ୍‌ ଚେକ୍ କରିବାରୁ ତାଙ୍କ ବ୍ୟାଗରୁ ନିଶାଦ୍ରବ୍ୟ ମିଳିଥିବା ସୂଚନା ମିଳିଛି ।

Leave A Reply

Your email address will not be published.