Latest Odisha News

BREAKING NEWS

ଆଗାମୀ ଆଇପିଏଲରେ ଏହି ଟିମକୁ ଯାଇ ପାରନ୍ତି ରୋହିତ

ମୁମ୍ବାଇ: ଆଇପିଏଲର ଚଳିତ ସଂସ୍କରଣ ଶେଷ ପର୍ଯ୍ୟାୟରେ ପଂହଚିଛି । ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏଥର ପ୍ଲେ ଅଫକୁ ଉନ୍ନୀତ ହୋଇ ପାରିନି । ରୋହିତ ଶର୍ମାଙ୍କ ବଦଳରେ ମୁମ୍ବାଇ ଏଥର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା । ରିପୋର୍ଟ ମୁତାବକ ରୋହିତ ଆଗାମୀ ସଂସ୍କରଣରେ ମୁମ୍ବାଇ ଟିମ ଛାଡିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଇଛି । ରୋହିତଙ୍କ ସମର୍ଥନରେ ଦଳର ଅଧିକାଂଶ ଖେଳାଳି ରହିଥିବାରୁ ଟିମ ଦୁଇ ଭାଗରେ ଭାଗ ହୋଇ ଯାଇଛି । ଆସନ୍ତା ବର୍ଷ ମେଗା ନିଲାମ ହେବ । ଆଭ୍ୟନ୍ତରୀଣ ଅଶାନ୍ତି ଯୋଗୁ ମୁମ୍ବାଇ ଭଲ ପ୍ରଦର୍ଶନ କରିପାରି ନ ଥିଲା । ଏହି ଅଶାନ୍ତିକୁ ଆଗକୁ ନ ବଢ଼ାଇ ମୁମ୍ବାଇ ଫ୍ରାଂଚାଇଜର ନିଶ୍ଚିତ ଭାବେ ନୂଆ ନେତୃତ୍ୱରେ ଟିମ ଚୟନ କରିବାକୁ ଚାହିଁବ । ପଞ୍ଜାବ କିଙ୍ଗସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ଟିମରେ ଭଲ ଖେଳାଳି ଥିବା ବେଳେ ନେତୃତ୍ୱ ସଙ୍କଟରେ ପଡିଛନ୍ତି ।

ରୋହିତଙ୍କ ଉପସ୍ଥିତି ନିଶ୍ଚିତ ଭାବେ ଏହି ଟିମକୁ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି । ସେହିପରି କୋଲକାତା ନାଇଟ ରାଇଡର୍ସ ଟିମ ସହ ରୋହିତଙ୍କ ଆଲୋଚନା ଭିନ୍ନ ସମୀକରଣ ସୃଷ୍ଟି କରୁଛି । କେକେଆର ମଧ୍ୟ ରୋହିତଙ୍କୁ ନେବାକୁ ଚାହୁଁଛି । ଏପରିକି ଆରସିବି ଫାଫ ଡୁ ପ୍ଲେସିଙ୍କ ବଦଳରେ ରୋହିତଙ୍କ ନେବା ପାଇଁ ଉଦ୍ୟମ କରୁଛି । ଅନ୍ୟ ଅର୍ଥରେ ମେଗା ନିଲାମରେ ରୋହିତଙ୍କ ଚାହିଦା ନିଶ୍ଚିତ ଭାବେ ଅଧିକ ରହିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.