Latest Odisha News

BREAKING NEWS

ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ ପାଇଁ ବିଏମସିର କଡା ଚେତାବନୀ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଖଣ୍ଡଗିରିରେ ମାଘସପ୍ତମୀ ମେଳା । ମେଳା ପୂର୍ବରୁ ଆଜି ଖଣ୍ଡଗିରିରେ ବିଏମସି କମିଶନର ସମୀକ୍ଷା କରିଛନ୍ତି । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ କଡା ତାଗିଦ କଲେ ବିଏମସି କମିଶନର । ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଷଣ ପାଇଁ ନିର୍ଦ୍ଦେଶ ଦେଲେ ବିଏମସି କମିଶନର ରାଜେଶ ପ୍ରଭାକାର ପାଟିଲ ।

ଗାଇଡଲାଇନ ଅନୁସାରେ ପରିବେଷଣ ପାଇଁ ସବୁ ଯାତ୍ରା କମିଟିଙ୍କୁ ଅବଗତ କରାଯାଇଛି । ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି ।

ସେହିପରି, ସ୍ୱଚ୍ଛ ପରିମଳ ବ୍ୟବସ୍ଥା ଉପରେ ବିଏମସି ଫୋକସ କରିଛି । ସ୍ଥାୟୀ ଆଲୋକୀକରଣ, ପାନୀୟଜଳ ଓ ମୋବାଇଲ ଟଏଲେଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପରିବେଶ ସଫା ସୁତାର ରହିବ, ସେଥି ପ୍ରତି ଜନସାଧାରଣ ଯତ୍ନବାନ ରୁହନ୍ତୁ । ପାଞ୍ଚକୁଣ୍ଡର ଖୁବ ଶୀଘ୍ର ହେବ ପୁନର ଉଦ୍ଧାର । ୧୦୦ ମିଟର ବ୍ୟବଧାନରେ ନିୟୋଜିତ ହେବେ ଜଣେ ଲେଖାଏଁ ସ୍ୱାସ୍ଥ୍ୟକର୍ମୀ ବୋଲି ବିଏମସି କମିଶନର ରଜେଶ ପ୍ରଭାକର ପାଟିଲ କହିଛନ୍ତି ।

Comments are closed.