Latest Odisha News

BREAKING NEWS

ମହାନଦୀରୁ ମିଳିଲା ଥାନାରୁ ଚମ୍ପଟ ଅଭିଯୁକ୍ତଙ୍କ ମୃତଦେହ, ତଦନ୍ତ କରିବେ ଅତିରିକ୍ତ ଡିସିପି  

ଭୁବନେଶ୍ୱର: ପୋଲିସ ହେପାଜତରୁ ଖସି ଯାଇ ମହାନଦୀକୁ ଡେଇଁ ପଡ଼ିଥିବା ଅଭିଯୁକ୍ତଙ୍କ ମୃତଦେହ ମିଳିଛି । କଟକର ଜୋବ୍ରା ବ୍ୟାରେଜ୍ ନିକଟରୁ ଶନିବାର ମୃତଦେହ ଠାବ କରାଯାଇଛି । ମୃତକ ଶଙ୍କର୍ଷଶ ବେହେରା ଓରଫ୍ ବବଲୁ । ତାଙ୍କୁ ଚୋରି ଅଭିଯୋଗରେ କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଗିରଫ କରିଥିଲା ।

ବବଲୁଙ୍କ ମୃତଦେହ ମିଳିବା ପରେ ପରିବାକ ଲୋକଙ୍କୁ ଜଣାଇଛି ପୋଲିସ । ଏକ ଚୋରି ମାମଲାରେ ପୋଲିସ ବବଲୁଙ୍କୁ ଧରି ଥାନାକୁ ଆଣିଥିଲା । ଶୁକ୍ରବାର ପଚରାଉଚରା ସମୟରେ ପୋଲିସ କର୍ମଚାରୀଙ୍କୁ ଧକ୍କା ମାରି ଖସି ପଳାଇବା ସହ ବବଲୁ ମହାନଦୀକୁ ଡେଇଁ ପଡ଼ିଥିଲା । ଆଜି ମୃତଦେହ ମିଳିଛି ।

ବବଲୁଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ପୋଲିସ ତିନିଦିନ ତଳୁ ଉଠାଇ ଆଣିଥିଲା । ଯେତେବେଳେ କି ବବଲୁ କୌଣସି ଅପରାଧ କରି ନାହିଁ । ପ୍ରଥମେ ବିଡ଼ାନାସୀ ଥାନାରେ ରଖାଯାଇଥିଲା । ପରେ କ୍ୟାଣ୍ଟନମେଣ୍ଟ ଥାନାକୁ ଆଣିଥିଲା ପୋଲିସ । ତେବେ ପୋଲିସର ନିର୍ଯାତନା ସହି ନପାରି ବବଲୁ ଖସି ପଳାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ବବଲୁର ମୃତଦେହ ମିଳିବା ପରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଏନ୍ଏଚ୍ଆରସି ଗାଇଡଲାଇନ୍ ଅନୁସାରେ ତଦନ୍ତ କରାଯିବ । ବବଲୁ ଥାନାରୁ ଖସି ଯାଇଥିବାରୁ କଷ୍ଟୋଡିଆଲ୍‌ ମୃତ୍ୟୁ ଭାବେ ଗ୍ରହଣ କରୁଛୁ । ଜଣେ ଏଡିସିପି ତଦନ୍ତ କରିବେ । ସିସିଟିଭି ଫୁଟେଜ୍ ଦେଖାଯିବ । କେଉଁ ପରିସ୍ଥିତିରେ ବବଲୁ ଫେରାର ହେଲା ଯାଞ୍ଚ କରାଯିବ ବୋଲି କହିଛନ୍ତି କଟକ ଡିସିପି ।

Leave A Reply

Your email address will not be published.