Latest Odisha News

BREAKING NEWS

୭ ଜନମ ପାଇଁ ସାଥି ନୁହେଁ: ମାତ୍ର ୨୪ ଘଣ୍ଟା ପାଇଁ ହୁଏ ବାହାଘର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁନିଆରେ ବିଭିନ୍ନ ପ୍ରକାରର ସଂସ୍କୃତି ରହିଛି । ଜୀବନ ଏବଂ ବିବାହ ସମ୍ବନ୍ଧରେ ଯେକୌଣସି ସ୍ଥାନରେ ଲୋକଙ୍କର ନିଜର ପ୍ରଥା ରହିଛି । କୌଣସି ସ୍ଥାନରେ ବିବାହ ଶୀଘ୍ର ହୋଇଥାଏ ତ କୌଣସି ସ୍ଥାନରେ ବିଳମ୍ବରେ ବିବାହ ହୁଏ । କେଉଁଠି ଝିଅ ପକ୍ଷ ଯୌତୁକ ଦିଅନ୍ତି ତ କେଉଁଠି ପୁଅପକ୍ଷଙ୍କୁ ଯୌତୁକ ଦେବାକୁ ପଡିଥାଏ । ଅନ୍ୟ କେତେକ ସ୍ଥାନରେ ବିବାହ ମଧ୍ୟ ଚଳଚ୍ଚିତ୍ର ପରି କିଛି ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ତେବେ ଏମିତି ଏକ ପ୍ରଥା ରହିଛି ଯେଉଁଠି ବାହାଘର କେବଳ ୨୪ ଘଣ୍ଟା ପାଇଁ ହୋଇଥାଏ । ଆଉ ଏହା ପରେ ଉଭୟେ ଉଭୟଙ୍କ ପାଇଁ ପାଲଟିଯାଅନ୍ତି ଅଜଣା। ଅଶ୍ଚର୍ଯ୍ୟ ଲାଗୁଛି ନା.. ହଁ ଆଜ୍ଞା ଆଶ୍ଚର୍ଯ୍ୟ ସହ ଚକିତ କରୁଛି ମଧ୍ୟ ଏହି ଅଜବ ବିବାହ। ତେବେ ଆସନ୍ତୁ ଜାଣିବା ଏଭଳି ନିଆରା ପରମ୍ପରା କେଉଁଠି ପାଳନ କରାଯାଏ ।

ଚୀନ୍‌ରେ, ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ, ସେମାନେ ବିବାହ ସମୟରେ ଝିଅକୁ ଉପହାର ଏବଂ ଯୌତୁକ ଦେବାରେ ଅସମର୍ଥ, ସେମାନଙ୍କ ଝିଅ ବିବାହ କରିପାରିନଥାନ୍ତି। ଏପରି ପରିସ୍ଥିତିରେ, ସେମାନେ ଏହି ଦିନିକିଆ  ବିବାହ କରି ବିବାହିତା ବୋଲି ପରିଚିତ ହୋଇଥାନ୍ତି। କାରଣ ଏଠାକାର ଗ୍ରାମବାସୀଙ୍କ ଧାରଣା ଯେ ମୃତ୍ୟୁ ପରେ ବିବାହିତାମାନଙ୍କୁ ହିଁ ଶ୍ମଶାନରରେ ନିଜ ପୂର୍ବପୁରୁଷଙ୍କ ସମାଧି ପାଖରେ ସ୍ଥାନ ମିଳିଥାଏ। ଯେଉଁଥିପାଇଁ ଗୋଟିଏ ଗରିବ ଝିଅ ନାମକୁ ମାତ୍ର ବିବାହିତା କୁହାଇବା ପାଇଁ ଏହି ଦିନିକିଆ ବିବାହ କରିବାକୁ ବାଧ୍ୟ ହୋଇଥାଏ।

ଝିଅ  ସାଜିଥାଏ  ମାତ୍ର ଗୋଟିଏ ଦିନର ବୋହୂ । ଏଥିପାଇଁ  ଝିଅକୁ ୪୦ ହଜାର ଟଙ୍କା ମଧ୍ୟ ବରକୁ ଦେବାକୁ ପଡିଥାଏ । ଏହାପରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥାଏ। ବିବାହର ୨୪ ଘଣ୍ଟା ମଧ୍ୟରେ ସ୍ୱାମୀ ତାର ନବ ବିବାହିତ ସ୍ତ୍ରୀକୁ ନେଇ ଶ୍ମଶାନକୁ ଯାଏ। ଶ୍ମସାନରେ ପହଞ୍ଚି ନିଜର ପୂର୍ବ ପୁରୁଷଙ୍କ ସମାଧି ନିକଟରେ ଠିଆ ହୋଇ ବର କୁହେ, ହେ  ପିତୃପୁରୁଷ ଆମର ବାହାଘର ହୋଇଯାଇଛି। ଏବେ ଆମେ ବିବାହିତ । ଏହାପରେ ଶ୍ମଶାନରେ ତାଙ୍କ ପାଇଁ ଦୁଇ ଗଜର ଜାଗା ମିଳିଥାଏ।  ଯାହା ମୃତ୍ୟୁ ପରେ କବର ଦିଆଯିବା ପାଇଁ ରହିଥାଏ ।  ତାପରେ  ଉଭୟେ ଉଭୟଙ୍କ ପାଇଁ ହୋଇଯାଅନ୍ତି ସମ୍ପୂର୍ଣ୍ଣ ଅଜଣା । ଏପରି ବିବହା କରିବା ପଛରେ ଦାରିଦ୍ରତା ମୁଖ୍ୟ କାରଣ । ଚୀନରେ ଚାଲୁଥିବା ଏହି ପ୍ରଥା ଅନୁସାରେ ବିବାହ ନକଲେ ମୃତ୍ୟୁ ପରେ ଶ୍ମଶାନରେ ସ୍ଥାନ ମିଳି ନଥାଏ ।  ଶ୍ମଶାନରେ ଟିକେକ ଯାଗା ପାଇଁ ଗରିବ ଝିଅ ମାନେ ଏହି ଦିନିକିଆ ବିବାହ କରିଥାନ୍ତି ।

Leave A Reply

Your email address will not be published.