Latest Odisha News

BREAKING NEWS

କ୍ୟାଟ୍ରିନା-ଭିକିଙ୍କ ବିବାହରେ ସାମିଲ ହେବେ ୧୨୦ ଅତିଥି , ମାନିବେ ଏହି ୨ ଟି ନିୟମ

ମୁମ୍ବାଇ : ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲଙ୍କ ବିବାହ ଯେତେ ପାଖେଇ ଆସୁଛି ସେତେ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଭିକି-କ୍ୟାଟଙ୍କ ବିବାହରେ ସାମିଲ ହେବେ ୧୨୦ ଜଣ ଅତିଥି ଓ ଅତିଥିମାନଙ୍କୁ ଦୁଇଟି ନିୟମ ମାନିବାକୁ ପଡିବ ବୋଲି ଖବର ମିଳୁଛି। ଏହି ସବୁ ଶୁଣିବା ପରେ ଫ୍ୟାନ ମାନଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ଶୁଣିବାକୁ ମିଳୁଛି ଦୁହିଁଙ୍କ କୋର୍ଟ ମ୍ୟାରେଜ କାଲି ସରିଛି। ହେଲେ ଆସନ୍ତା ୭ ତାରିଖରୁ ୯ ତାରିଖ ମଧ୍ୟରେ ଦୁହିଁଙ୍କ ହାତଗଣ୍ଠି ପଡିବ ବୋଲି କେବେ ଠାରୁ ଶୁଣିବାକୁ ମିଳୁଛି।

ରାଜସ୍ଥାନର ସୱାଇ ମାଧପୁରରେ ବିଶାଳ ଦୁର୍ଗରେ ଦୁହିଁଙ୍କ ବିବାହ ହେବ ବୋଲି ଶୁଣିବାକୁ ମିଳୁଛି। ହେଲେ ଗତକାଲିଠାରୁ ଦୁହିଁଙ୍କ ବିବାହକୁ ନେଇ ଏକ ନୋଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିକେ କ୍ୟାଟଙ୍କ ବିବାହକୁ ନେଇ ଏକ ବୈଠକ ହୋଇଥିଲା।ଏଥିରେ ପ୍ରଶାସନ ତାଙ୍କ ବିବାହ ପାଇଁ କିଛି ନିୟମ କାନୁନ ରଖିଥିଲେ। ଏହି ବିବାହରେ କେତେଜଣ ଅତିଥି ସାମିଲ ହେବେ ଏବଂ କାର୍ଯ୍ୟ କ୍ରମ କଣ ରହିବ ତାହା ମଧ୍ୟ ସାମ୍ନାକୁ ଆସିଛି।

କ୍ୟାଟ୍ରିନା ଓ ଭିକି ଦୁହେଁ ନିଜ ବିବାହକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି। ଏଥିପାଇଁ ଦୁହେଁ କୌଣସି ପ୍ରକାର ଅଫିିସିଆଲି ଘୋଷଣା କରିନାହାନ୍ତି। ହେଲେ ଏହି ଦୁହିଁଙ୍କ ବିବାହକୁ ନେଇ ଜିଲ୍ଲାପାଳ ଏକ ବୈଠକ କରିଥିଲେ ବୋଲି ଜଣାପଡିଛି। ବିବାହରେ ଯେଉଁ ୧୨୦ ଜଣ ଅତିଥି ସାମିଲ ହେବେ ସମସ୍ତେ କୋଭିଡ ପ୍ରୋଟକଲକୁ ମାନିବେ ଓ ସମସ୍ତଙ୍କୁ କୋଭିଡ ଟିକାର ଦୁଇଟି ଡୋଜ୍ ନେଇଥିବା ରିପୋର୍ଟ ଦେଖାଇବାକୁ ପଡିବ ବୋଲି ଜଣାପଡିଛି ।

Leave A Reply

Your email address will not be published.