Latest Odisha News

BREAKING NEWS

ଚନ୍ଦ୍ରରେ ରହସ୍ୟମୟ ଘର ଠାବ କଲା ଚାଇନିଜ୍ ରୋଭର୍

ଭୁବନେଶ୍ୱର: ଚନ୍ଦ୍ରରେ ଏକ ସମ୍ଭାବ୍ୟ ଘର ଠାବ କରିଛି ଚାଇନିଜ୍ ରୋଭର୍ । ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଚାଇନାର ୟୁଟୁ-୨ ରୋଭର୍ ଖୁବଶୀଘ୍ର ଚନ୍ଦ୍ରରେ ଥିବା ଏହି ରହସ୍ୟମୟ ଘରକୁ ନେଇ ଅଧିକ ତଥ୍ୟ ସାମ୍ନାକୁ ଆଣିବ ।

ନ୍ୟୁଜ୍ ୯ର ରିପୋର୍ଟ ଅନୁଯାୟୀ କ୍ୟୁବ୍ ଆକାରର ଏକ ବସ୍ତୁକୁ ଭୋନ୍ କାର୍ମାନ୍ କ୍ରେଟର୍ ଇଲାକାଠାରୁ ପ୍ରାୟ ୮୦ ମାଇଲ ଦୂରରେ ଠାବ କରାଯାଇଛି । ଖୁବଶୀଘ୍ର ରୋଭର୍ ଟିମ୍ ସେହି ବସ୍ତୁ ନିକଟକୁ ଯାଇ ଅଧିକ ତଥ୍ୟ ସାମ୍ନାକୁ ଆଣିବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଚାଇନାର ସ୍ପେସ୍ ପ୍ରୋଗ୍ରାମ ଉପରେ ରିସର୍ଚ୍ଚ କରୁଥିବା ସାମ୍ବାଦିକ ଆଣ୍ଡ୍ରିଉ ଜୋନ୍ସ ଏହି ଫଟୋଟିକୁ ଟୁଇଟରରେ ସେୟାର କରିଛନ୍ତି । ଅନେକ ବିଶେଷଜ୍ଞ ଏହି ଫଟୋକୁ ଦେଖି ବଙ୍କର୍‌, ବିରାଟକାୟ ପଥର ଓ କୌଣସି ଭଗ୍ନାବଶେଷ ବୋଲି ଅନୁମାନ କରିଛନ୍ତି ।

୨୦୧୮ରେ ଚାଇନା ୟୁଟୁ-୨ ରୋଭରକୁ ଲଂଚ କରିଥିଲା । ୨୦୧୯, ଡିସେମ୍ବର ୧୨ରେ ଏହି ରୋଭର ଚନ୍ଦ୍ରକକ୍ଷରେ ପ୍ରବେଶ କରିଥିଲା । ସେବେଠୁ ଚାଇନାର ୬ଚକିଆ ବିଶିଷ୍ଟ ରୋଭର୍ ସୋଲାର୍ ସେଲ୍ ଦ୍ୱାରା ପରିଚାଳିତ ହୋଇ ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରିଚାଲିଛି ।

Leave A Reply

Your email address will not be published.