Latest Odisha News

BREAKING NEWS

ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ଏନସିବିର ନୋଟିସ୍

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ନୋଟିସ୍ କରିଛି ଏନସିବି । ପୂର୍ବରୁ ଆୟୋଜନ କରିଥିବା ପାର୍ଟିର ତଥ୍ୟ ଦେବାକୁ ନୋଟିସ୍ ହୋଇଛି । ଇଲେକ୍ଟ୍ରୋନିକ ଏଭିଡେନ୍ସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନସିବି କହିଛି, କରନ ଜୋହର କୌଣସି ମାମଲାରେ ସଂଦୀଗ୍ଧ ନୁହନ୍ତି । ଡ୍ରଗ୍ସ ସହ ସଂପୃକ୍ତ କିଛି ମାମଲାରେ ତାଙ୍କଠାରୁ ଠାରୁ ତଥ୍ୟ ହାସଲ କରାଯିବ ।

ଏନସିବି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କରନ ଜୋହରଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ପଡ଼ିବ ନାହିଁ । ସେ ତାଙ୍କର କୌଣସି ପ୍ରତିନିଧିଙ୍କୁ ପଠାଇ ପାରିବେ । କରନ ଜୋହରଙ୍କୁ ଇଲେକ୍ଟ୍ରୋନିକ ଏଭିଡେନ୍ସ ଦେବାକୁ କୁହାଯାଇଛି । ଯାହାର ବ୍ୟବହାର ଜୁଲାଇ ୨୦୧୯ରେ ତାଙ୍କ ଘରେ ହୋଇଥିବା ପାର୍ଟିରେ ସୁଟିଂ କରିବା ପାଇଁ ବ୍ୟବହାର କରାଯାଇଥିଲା ।

ପାର୍ଟିରେ କେଉଁ କେଉଁ ମାନେ ସାମିଲ ଥିଲେ ? କେଉଁ କ୍ୟାମେରାରେ ଭିଡିଓ ସୁଟ୍ କରାଯାଇଥିଲା ? କ’ଣ କୌଣସି ନିମନ୍ତ୍ରଣ କାର୍ଡ ପଠାଯାଇଥିଲା କି ? ଏ ସମସ୍ତ ତଥ୍ୟ ଶୁକ୍ରବାର ସୁଦ୍ଧା ଦେବାକୁ କୁହାଯାଇଛି ।

 

Leave A Reply

Your email address will not be published.