Latest Odisha News

ଲକ୍ଷ୍ମୀସାଗରରେ ବୋମା ମାଡ଼ !

ଭୁବନେଶ୍ଵର; ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଯୋଗୁ ଘରର କାନ୍ଥ ଭାଙ୍ଗି ଯାଇଛି। ଏ ସଂକ୍ରାନ୍ତରେ ଲକ୍ଷ୍ମୀ ସାଗର ଥାନାରେ ଏତଲା ଦିଆଯାଇଛି। ପ୍ରଚଣ୍ଡ ଶବ୍ଦ ହେବା ପରେ ଘରେ ନିଆଁ ଲାଗିଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।

ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ଝାରପଡ଼ାରେ ଏକ ଭଡ଼ା ଘେ ଘରୋଇ ସଂସ୍ଥା ନିଜର ବ୍ୟବସାୟ କରୁଥିଲା। ତେବେ ଘର ମାଲିକଙ୍କ ସହିତ ଘର ଭଡ଼ାକୁ କେନ୍ଦ୍ର କରି ଭଡ଼ାଟିଆଙ୍କ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସୋମବାର ରାତି ପ୍ରାୟ ୧୧ଟା ୪୫ରେ ହଠାତ୍ ଏହି ଘରେ ବୋମା ମାଡ଼ ଭଳି ଶବ୍ଦ ଶୁଭିଥିଲା। ପରେ ଘରଟି ଜଳି ଉଠିଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

 

ପୁଲିସ କିନ୍ତୁ ଏହି ବୋମା ମାଡ଼ ଘଟଣାକୁ ଖଣ୍ଡନ କରିଛି। ଘର ଭିତରେ ବିପୁଳ ପରିମାଣରେ ଡିଓଡ୍ରାଣ୍ଟ ଠାବ କରାଯାଇଛି। ଡିଓଡ୍ରାଣ୍ଟ ଥିବାରୁ ସଟ୍ ସର୍କିଟ୍ ହୋଇଥିବା ସନ୍ଦେହ କରାଯାଉଛି। ଘରର କାନ୍ଥଗୁଡ଼ିକ ଫାଟିଥିବାରୁ ବୋମା ଅଭିଯୋଗକୁ ଅଧିକ ସ୍ପଷ୍ଟ କରୁଛି। କିନ୍ତୁ ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି।

Leave A Reply

Your email address will not be published.