Latest Odisha News

BREAKING NEWS

ବୋମା ଧମକ: ଏୟାର୍ ଇଣ୍ଡିଆ ବିମାନ ଲଣ୍ଡନରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ: ମୁମ୍ବାଇରୁ ଏୟାର୍ ଇଣ୍ଡିଆ ଯାତ୍ରୀଙ୍କୁ ନେଇ ଆମେରିକା ଯାଉଥିବା ବେଳେ ବୋମା ଧମକ ପାଇ ଲଣ୍ଡନ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏହି ଏୟାର୍ ଇଣ୍ଡିଆ ବିମାନଟି ବ୍ରିିଟିଶ୍ ଫାଇଟର୍ ଜେଟଗୁଡ଼ିକ ଦ୍ୱାରା ସୁରକ୍ଷା ପାଇ ଅବତରଣ କରିଛି ।

ରଏଟର୍ ନ୍ୟୁଜ୍ ଏଜେନ୍ସି ଦ୍ୱାରା ପ୍ରକାଶିତ ଖବର ଅନୁଯାୟୀ, ଏୟାର୍ ଇଣ୍ଡିଆର ୧୯୧ ବି ୭୭୭ ବିମାନଟି ଗୁରୁବାର ଦିନ ମୁମ୍ବାଇରୁ ଆମେରିକାର ନ୍ୟୁୟର୍କ ଯାଉଥିବା ବେଳେ କୌଣସି ସୂତ୍ରରୁ ‘ବୋମା ଧମକ’ ପାଇଥିଲା । ତୁରନ୍ତ ବିମାନଟିକୁ ଲଣ୍ଡନର ଷ୍ଟାନଫୋର୍ଡ଼ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା ।

“ଏୟାର୍ ଇଣ୍ଡିଆର ବୋଇଂ ୭୭୭ ବିମାନ ୧୦ଟା ୧୫ ମିନିଟ ସମୟରେ ଲଣ୍ଡନର ଷ୍ଟାନଫୋର୍ଡ଼ ବିମାନବନ୍ଦର ଅଭିମୁଖେ ଦିଗ ପରିବର୍ତ୍ତନ କରିଥିଲା । ସ୍ଥାନୀୟ ଏସେକ୍ସ ପୋଲିସଙ୍କ ସହାୟତାରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ସାଧାରଣ ବିମାନ ଅବତରଣସ୍ଥଳଠାରୁ ଅଲଗା ସ୍ଥାନରେ ବିମାନଟିକୁ ଅବତରଣ କରାଯାଇଛି,” ବୋଲି ସୂଚନା ଦେଇ କହିଛନ୍ତି ସେଠାକାର ଏୟାରପୋର୍ଟ କର୍ତ୍ତୃପକ୍ଷ ।

“ଭାରତୀୟ ବିମାନଟିର ଜରୁରୀ ଅବତରଣ ଲାଗି ଆମ ଏୟାପୋର୍ଟ ପ୍ରସ୍ତୁତ ଏବଂ ଏହାର ସୁରକ୍ଷା ନେଇ ସ୍ଥାନୀୟ ପ୍ରଶାସନ ଆଲର୍ଟ ରହିଥିଲେ,” ବୋଲି କହିଛନ୍ତି କର୍ତ୍ତୃପକ୍ଷ ।

ଏହି ଘଟଣାନେଇ ଏୟାର୍ ଇଣ୍ଡିଆ ମୁଖପାତ୍ର ତାଙ୍କର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଦେଇପାରିନାହାନ୍ତି ।

Leave A Reply

Your email address will not be published.