Latest Odisha News

BREAKING NEWS

ନୋ ଏଂଟ୍ରି ୨ ଷ୍ଟାରକାଷ୍ଟ ଘୋଷଣା କଲେ ବୋନୀ କାପୁର, ସଲମାନ ନାହାନ୍ତି

ମୁମ୍ବାଇ: ବୋନୀ କାପୁର ନୋ ଏଂଟ୍ରି ୨ ଫିଲ୍ମର ଷ୍ଟାରକାଷ୍ଟ ଘୋଷଣା କରିଛନ୍ତି । ଫିଲ୍ମରେ ଦିଲଜିତ ଦୋସାଂଝା, ଅର୍ଜୁନ କାପୁର ଓ ବରୁଣ ଧାୱନଙ୍କୁ ଏକତ୍ର ଦେଖିବାକୁ ମିଳିବ । ରିପୋର୍ଟ ମୁତାବକ ୩ଜଣ ଯାକ ଡବଲ ରୋଲ କରିବେ । ଚଳିତ ବର୍ଷ ଡିସେମ୍ବରରୁ ଏହାର ଶୁଟିଂ ଆରମ୍ଭ ହେବ ବୋଲି ବୋନୀ ସୂଚନା ଦେଇଛନ୍ତି । ୨୦୨୫ରେ ନୋ ଏଂଟ୍ରିର ୨୫ ବର୍ଷ ବର୍ଷ ପୂର୍ତି ଅବସରରେ ଏହା ରିଲିଜ କରାଯିବ । ସଲମାନ ଖାଁ ଏହି ଫିଲ୍ମର ଅଂଶବିଶେଷ ହେବେନି । ବରୁଣ ଓ ଅର୍ଜୁନ ଭଲ ବନ୍ଧୁ ହୋଇଥିବାରୁ ଫିଲ୍ମରେ ମଧ୍ୟ ସେମାନଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ।

ଏହା ବ୍ୟତୀତ ଦିଲଜିତଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହି ୩ଜଣଙ୍କୁ ନେଇ ମୁଁ ଫାଇଦାରେ ରହିବି ବୋଲି ବୋନୀ କହିଛନ୍ତି । ୨୦୦୫ରେ ଅନୀସ ବଜମୀରେ ନିର୍ଦ୍ଦେଶନାରେ ନିର୍ମିତ ନୋ ଏଂଟ୍ରି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ସଲମାନ, ଅନୀଲ କାପୁର ଓ ଫରଦୀନ ଖାଁ ଏଥିରେ ଅଭିନୟ କରିଥିଲେ । ବୋନୀ ଏବେ ତାଙ୍କର ଆଗାମୀ ଫିଲ୍ମ ମୈଦାନର ରିଲିଜ ନେଇ ବ୍ୟସ୍ତ ଅଛନ୍ତି ।

Leave A Reply

Your email address will not be published.