Latest Odisha News

BREAKING NEWS

ବୁକ୍ କରିଥିଲେ ବିଏମଡବ୍ଲ୍ୟୁର ଉପର ମଡେଲ କାର, ମିଳିଲା ତଳ ମଡେଲ

କଟକ: କଥାରେ କୁହନ୍ତି, ପସନ୍ଦ ଆଗରେ ସବୁ କିଛି ତୁଚ୍ଛ। ତେଣୁ ଅନେକ ଲୋକ ଜିନିଷ କିଣିଲା ବେଳେ ପଇସା ପଛେ ଖର୍ଚ୍ଚ ହେଉ କିନ୍ତୁ ସଉକକୁ ଗୁରୁତ୍ୱ ଦିଅନ୍ତି। ଏପରି ଏକ ଘଟଣା କହିବା ପଛର କାରଣ ଗଞ୍ଜାମ ବ୍ରହ୍ମପୁରରେ ଘଟିଥିବା ଏକ ଘଟଣା। ଯେଉଁଠି ଜଣେ ବିଏମଡବ୍ଲ୍ୟୁ କାର କିଣିବା ବେଳେ ସୋରୁମ ଦ୍ବାରା ଠକାମିର ଶିକାର ହୋଇଥିବା ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର ଚେଡାଭୂମି ଗାଁର ଏକ ରିସର୍ଚ୍ଚ ସେଣ୍ଟରର ମାଲିକ କଟକର ଏକ ବିଏମଡବ୍ଲୁ ଶୋ’ରୁମ କର୍ତ୍ତୃପକ୍ଷଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି। ଅଭିଯୋଗକାରୀ ଶଙ୍କରସଣ ଆଚାର୍ଯ୍ୟ କହିଛନ୍ତି ଯେ, ସେ ବିଏମଡବ୍ଲ୍ୟୁ କାର କିଣିବା ସମୟରେ ଶୋ’ରୁମ କର୍ତ୍ତୃପକ୍ଷଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା କହିଛନ୍ତି।

ଅଭିଯୋଗକାରୀ କହିଛନ୍ତି, ବିଏମଡବ୍ଲୁ ଶୋ’ରୁମକୁ ଯାଇ ସେ ତାଙ୍କ ପସନ୍ଦର ବିଏମଡବ୍ଲ୍ୟୁର ଜହରେ (Jahre) ଏଡିସନ କାର କିଣିବାକୁ ଯାଇଥିଲେ। ଏଥିପାଇଁ ସେ ୮୨ ଲକ୍ଷ ୮୧ ହଜାର ୫୯୦ ଟଙ୍କା ଦେଇଥିଲେ। ହେଲେ ଆରଟିଓ ରେଜିଷ୍ଟ୍ରେସନ କରିବା ସମୟରେ ଜଣାପଡ଼ିଥିଲା ଯେ ଶୋ’ରୁମ ଯେଉଁ କାର ତାଙ୍କୁ ଦେଇଛି ତାହା ସେ ପସନ୍ଦ କରିଥିବା କାର ନୁହେଁ। ବରଂ ତଳ ମଡେଲର କାରଟିକୁ ଦେଇଛି। ଯାହାର ଦାମ ସେ ଦେଇଥିବା କାରର ଦାମ ଅପେକ୍ଷା ୨ ଲକ୍ଷ କମ୍।

ଏହାପରେ କାରଟିକୁ ସେ ଗ୍ରହଣ ନକରି ଫେରାଇ ଦେଇଛନ୍ତି। ହେଲେ ସେ ଯେଉଁ ଟଙ୍କା ଜମା କରିଥିଲେ ତାହା ସେ ଫେରସ୍ତ ପାଇଁ ଶୋ’ରୁମକୁ ଯାଇଥିଲେ। କିନ୍ତୁ ଶୋ’ରୁମ୍‌ ଟଙ୍କା ଫେରାଇବାକୁ କୌଣସି ପଦକ୍ଷେପ ନେଇନାହିଁ। ତେବେ ଶୋ’ରୁମ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଅଭିଯୋଗର ଜବାବ ଦେଇ ନାହାନ୍ତି।

Leave A Reply

Your email address will not be published.