Latest Odisha News

BREAKING NEWS

ନୀଳାଚଳ ପଲିଟେକ୍ନିକ୍-ବିଓପିଟିଇଆର ପକ୍ଷରୁ ଜାନୁଆରୀ ୨୧ ଓ ୨୨ରେ ନିଯୁ୍କ୍ତି ମେଳା

ଭୁବନେଶ୍ୱର: ବୋର୍ଡ ଅଫ ଟ୍ରେନିଂ, ଇଷ୍ଟର୍ଣ୍ଣ ରିଜନ (ବିଓପିଟିଇଆର) ଏବଂ ନୀଳାଚଳ ପଲିଟେକ୍ନିକ୍, ଭୁବନେଶ୍ୱରର ମିଳିତ ଉଦ୍ୟମରେ ଆସନ୍ତା ଜାନୁଆରୀ ୨୧ ଓ ୨୨ ତାରିଖରେ ଏକ ନିଯୁକ୍ତି ମେଳା ଆୟୋଜିତ ହେଉଛି । ଏହି ନିଯୁକ୍ତି ମେଳାରେ ଗ୍ରାଜୁଏଟ ତଥା ଡିପ୍ଲୋମା ଇଞ୍ଜିନିୟରମାନେ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ଆପ୍ରେଣ୍ଟିସିପ୍ ଟ୍ରେନିଂ ସ୍କିମ ଲାଗି ନିଜର ଦକ୍ଷତା ପ୍ରଦାନ କରିବେ ।

ନୀଳାଚଳ ପଲିଟେକନିକ-ବିଓପିଟିଇଆର ପକ୍ଷରୁ ଅନୁଷ୍ଠିତ ହେଉଥିବା ଏହି ନିଯୁକ୍ତି ମେଳାରେ ଓଡ଼ିଶା ସରକାର, କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଅନେକ ପବ୍ଲିକ ସେକ୍ଟର୍ ବିଭାଗ ସହିତ ଅନେକ ଘରୋଇ ଶିଳ୍ପ ସଂସ୍ଥା ଓ କମ୍ପାନୀମାନେ ଯୋଗଦାନ କରୁଛନ୍ତି ।

ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିବାକୁ ହେଲେ ଯୋଗ୍ୟ ଇଞ୍ଜିନିୟରମାନେ ଏହି  www.mhrdnats.gov.in ୱେବସାଇଟରେ ନିଜର ନାମ ପଞ୍ଜିକରଣ କରିପାରିବେ ।

ପ୍ରାର୍ଥୀମାନେ ମଧ୍ୟ ଏହି www.bopter.gov.in ୱେବସାଇଟରେ ଏହି ମେଳାରେ ଅଂଶଗ୍ରହଣ ଲାଗି ସମସ୍ତ ଶିକ୍ଷାଗତ ଯୋଗ୍ୟତା ତଥା ସବିଶେଷ ବିବରଣୀ ପାଇପାରିବେ ।

Leave A Reply

Your email address will not be published.