Latest Odisha News

BREAKING NEWS

ଭାରତୀୟ ମାର୍କେଟରେ ଲାଭା ଜେଡ଼-୭୧ ମୋବାଇଲ, ରେଡ଼ମି ୮ ସହ ହେବ ପ୍ରତିଯୋଗିତା

ଭୁବନେଶ୍ୱର: ଭାରତୀୟ ମୋବାଇଲ ବଜାରରେ ଲାଭା ଜେଡ଼୭୧ ଲଞ୍ଚ କରିଛି | ଏହାର ମୂଲ୍ୟ ୬,୨୯୯ ଟଙ୍କା | ଲାଭା ଜେଡ଼୭୧ ମୋବାଇଲ କୁ ରିଲିଆନ୍ସ ଜିଓ ସହ ବୁଝାମଣା ଭିତ୍ତିରେ ପ୍ରସ୍ତୁତ କରାଯାଇଛି | ଏଥିରେ ୟୁଜରଙ୍କୁ ୫୦ ଜିବି ଅତିରିକ୍ତ ଡାଟା ଓ ୧୨୦୦ ଟଙ୍କାର କ୍ୟାସବ୍ୟାକ ଦିଆଯାଉଛି | ଏହା ଷ୍ଟିଲ ବ୍ଲୁ ଓ ରୁବି ରେଡ଼ କଲର ରେ କିଣାଯାଇପାରିବ | ଏହା ପଛରେ ଫିଙ୍ଗର ପ୍ରିଣ୍ଟ ସ୍କାନର ସହ ଲଞ୍ଚ କରାଯାଇଛି | ମୂଲ୍ୟକୁ ଦେଖିଲେ ଏହା ସିଧା ରେଡ଼ମି ୮ ସହ ହେବ ପ୍ରତିଯୋଗିତା |

ଲାଭା ଜେଡ଼୭୧ ଫିଚର୍ସ:

ଏଥିରେ ୫.୭ ଇଞ୍ଚ ଏଚଡି ପ୍ଲସ ଡିସପ୍ଲେ ଦିଆଯାଇଛି ଯେଉଁଥିରେ ଟିୟରଡ୍ରାପ ନାଚ ମଧ୍ୟ ଦିଆଯାଇଛି | ଏହାର ଅସ୍ପେକ୍ଟ ରେସିଓ ୧୯:୯ ଅଟେ | ଏହି ଫୋନ ମିଡ଼ିଆଟେକ ହେଲିଓ ଏ୨୨ ପ୍ରୋସେସର ଓ ୨ ଜିବି ରାମ ଅଛି | ଏହା ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ ଦିଆଯାଇଛି ଯେଉଁଥିରେ ମାଇକ୍ରୋଏସଡ଼ି କାର୍ଡ ଜରିଆରେ ୨୫୬ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ବଢାଇପାରିବେ | ଏଥିରେ ଡୁଆଲ ୪ଜି ସପୋର୍ଟ ଦିଆଯାଇଛି | ଏଥିରେ ଡେଡିକେଟେଡ଼ ଗୁଗୁଲ ଆସିଷ୍ଟାଣ୍ଟ ଦିଆଯାଇଛି | ଫୋଟୋ ପାଇଁ ଏଥିରେ ୧୩ ମେଗାପିକ୍ସେଲ ଓ ୨ ମେଗାପିକ୍ସେଲ ପଛ କ୍ୟାମେରା ଓ ୫ ମେଗାପିକ୍ସେଲ ଆଗ କ୍ୟାମେରା ଅଛି | ଏଥିରେ ଗୋଟିଏ ପ୍ରଫେସନାଲ ମଡେଲ ଦିଆ ଯାଇଛି | ଏହି ମୋବାଇଲ ରେ ଆଣ୍ଡରଏଡ଼ ୯ ରେ କାମ କରିବ | ଏଥିରେ ଫେସ ଅନଲକିଙ୍ଗ ଓ ଫିଙ୍ଗର ସ୍କାନର ଦିଆଯାଇଛି | କନେକ୍ଟିଭିଟି ପାଇଁ ଏଥିରେ ୪ଜି, ଭୋଲ୍ଟି, ୱାଇ ଫାଇ ୮୦୨.୧୧ ବି/ଜି/ଏନ, ବ୍ଲୁ ଟୁଥ, ଜିପିଏସ ଓ ମାଇକ୍ରୋ ୟୁଏସବି ପୋର୍ଟ ଆଦି ଫିଚର୍ସ ଦିଆଯାଇଛି | ଫୋନରେ ୩୨୦୦ ଏମଏଏଚ ର ବ୍ୟାଟେରୀ ଦିଆଯାଇଛି |

ଲାଭା ଜେଡ଼୭୧ ର ମୂଲ୍ୟ, ଉପଲବ୍ଧତା ଓ ଲଞ୍ଚ ଅଫର୍ସ:

ଲାଭା ଜେଡ଼୭୧ ର ୩ଜିବି ରାମ ଓ ୩୨ ଜିବି ଷ୍ଟୋରେଜ ର ମୂଲ୍ୟ ୬,୨୯୯ ଟଙ୍କା | ଏହାକୁ ଫ୍ଲିପକାର୍ଟ ରୁ କିଣାଯାଇପାରିବ | ଏହା ସହ ଜିଓ ୟୁଜରଙ୍କୁ ୧,୨୦୦ ଟଙ୍କାର କ୍ୟାସବ୍ୟାକ ମିଳିବ | ଏହି କ୍ୟାସବ୍ୟାକ ୫୦ ଟଙ୍କାର ୨୪ ଭାଉଚର ମିଳିବ | ଏହି ଅଫର ୧୯୮ ଟଙ୍କା ବା ୨୯୯ ଟଙ୍କା ପ୍ଲାନ ରେ ଦିଆଯିବ | ଏହାଛଡା ୫୦ ଜିବି ଅତିରିକ୍ତ ଡାଟା ଦିଆଯିବ | ଏହା ୫ ଜିବି ଭାଉଚରରେ ମିଳିଯିବ |

Leave A Reply

Your email address will not be published.