Latest Odisha News

ଆସନ୍ତା କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: କାଲି ତଥା ରବିବାର ଦିନ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । କାଲି ରାତି ସାଢେ ୯ଟାରେ ଭୁବନେଶ୍ବରରେ ପହଁଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ କାଲି ରାତିରେ  ଭୁବନେଶ୍ବରରେ ରହିବେ ପ୍ରଧାନମନ୍ତ୍ରୀ ।

BjdElectrycity

ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା । ଓଡ଼ିଶାରେ ପ୍ରଥମ ନିର୍ବାଚନୀ ସଭା କରିବେ ମୋଦୀ । ସେହିପରି  ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଏକ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ନ ହେବ ସେ ନେଇ ଆଲୋଚନା ହୋଇଛି। ସଭାକୁ ଆସୁଥିବା ସମସ୍ତ ଲୋକଙ୍କ ଉପରେ କଡା ନଜର ରଖାଯିବ ସହ ଲୋକଙ୍କୁ ଯାଞ୍ଚ ମଧ୍ୟ କରାଯିବ।ସେହିପରି ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ।

Leave A Reply

Your email address will not be published.