Latest Odisha News

BREAKING NEWS

ଭାସିଗଲେ ଯୁବକ, ବଂଚିବା ପରେ ଉଠ ବସ ହୋଇ ନଦୀକୁ ମାଗିଲେ କ୍ଷମା

ଡେରାଡୁନ: ଉତରାଂଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଅଧିକାଂଶ ନଦୀ ବିପଦ ସଙ୍କେତଠାରୁ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଇତି ମଧ୍ୟରେ ଏଠାରୁ ଏ ଭଳି ଏକ ଖବର ହସ୍ତଗତ ହୋଇଛି ଯାହାକି ସମସ୍ତଙ୍କୁ ମଜା ଲାଗିଛି । ମନା କରିବା ସତ୍ୱେ ଜଣେ ଯୁବକ ନଦୀ ନିକଟକୁ ଯାଇଥିଲା । କିଛି ସମୟ ପରେ ଯୁବକଟି ନଦୀରେ ଭାସି ଯାଇଥିଲା । ବହୁ କଷ୍ଟରେ ସେ ନଦୀର କୂଳରେ ପଂହଚିବା ସହ ବଂଚି ଯାଇଥିଲା । ବଂଚିବା ପରେ ହଠାତ ଯୁବକଜଣଙ୍କ ନଦୀ ନିକଟରେ କ୍ଷମା ପ୍ରାର୍ଥନା କରିବା ସହ ଏ ଭଳି ଭୁଲ ହେବ ନାହିଁ ବୋଲି କହିଥିଲା ।

ଏହା ପରେ ବସ ଉଠ ହେବାକୁ ଲାଗିଥିଲା । ଏହି ଘଟଣାକୁ ଜଣେ କେହି ମୋବାଇଲରେ କୈଦ କରି ଦେଇଥିଲେ । ସୋସିଆଲ ମିଡିଆରେ ଏହା ପ୍ରସାରିତ ହେବା ମାତ୍ରେ ଭାଇରାଲ ହୋଇଥିଲା । ଏହି ଭିଡିଓ ଲୋକଙ୍କ ମନକୁ ଆନନ୍ଦ ଯୋଗାଇଥିଲା । ତ୍ରିବେଣୀ ଘାଟ, ଲକ୍ଷ୍ମଣଝୁଲା, ସ୍ୱାର୍ଗାଶ୍ରାମ, ମୁନୀ କି ରେତୀ ଓ ତପୋବନରେ ଗଙ୍ଗନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଇତି ମଧ୍ୟରେ ଉତରାଖଣ୍ଡରେ ବର୍ଷା ଆଉ କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.