Latest Odisha News

BREAKING NEWS

ମୃତ୍ୟୁ ପରେ ବି ଅମର: ଅଙ୍ଗଦାନ କରି ୩ ରାଜ୍ୟରେ ୫ଜଣଙ୍କୁ ନୂଆ ଜୀବନ ଦେଲେ ମହିଳା

ସୁରତ: ମୃତ୍ୟୁ ପରେ ବି ଅମର । ନିଜେ ବଞ୍ଚି ପାରିଲେ ନାହିଁ । କିନ୍ତୁ ଅନ୍ୟମାନଙ୍କ ଜୀବନ ବଞ୍ଚାଇଲେ । ସୁରତର ଜଣେ ମହିଳାଙ୍କ ମହାନତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ମୃତ୍ୟୁ ପରେ ଅଙ୍ଗଦାନ କରି ସେ ୩ଟି ରାଜ୍ୟର ୫ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ମହିଳାଙ୍କ ନାଁ କାମିନୀ ପଟେଲ୍ ଓ ବୟସ ୪୬ ବର୍ଷ । ସୁରତର ବାରଡୋଲି ଅଞ୍ଚଳର ବାସିନ୍ଦା କାମିନୀ ।

ବ୍ରେନ୍ ଷ୍ଟ୍ରୋକ୍ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେ ୧୭ ତାରିଖରୁ ଚିକିତ୍ସାଧୀନ ଥିଲେ । ଧିରେ ଧିରେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ବ୍ରେନ ସର୍ଜରୀ ହୋଇଥିଲା । ବ୍ରେନ୍ ଡେଡ୍ ହୋଇଥିବା ଡାକ୍ତର କହିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକ ।

କାମିନୀ ଦୁନିଆ ଛାଡ଼ି ଚାଲିଗଲେ । ସେ ଅଫେରା ରାଇଜରୁ ଆଉ ଫେରିବେ ନାହିଁ । କିନ୍ତୁ ତାଙ୍କ ଅଙ୍ଗ କିଛି ଲୋକଙ୍କ ଜୀବନ ବଞ୍ଚାଇ ଦେବ । ଡାକ୍ତରଠାରୁ ଏକଥା ଶୁଣିବା ପରେ ଅଙ୍ଗଦାନ ପାଇଁ ରାଜି ହୋଇଥିଲେ ପରିବାର ଲୋକ ।

ଏହାପରେ ଆରମ୍ଭ ହୋଇଥିବା ଅଙ୍ଗ ପ୍ରତ୍ୟରୋପଣ ପ୍ରକ୍ରିୟା । ତାଙ୍କର ଫୁସଫୁସ, ହୃତପିଣ୍ଡ, କିଡନୀ, ଲିଭର ଓ ଆଖି ଦାନ କରିଥିଲେ ମାମିନୀ । ମୁମ୍ୱାଇର ଜଣେ ୪୬ ବର୍ଷୀୟ ମହିଳାଙ୍କ ପାଖରେ କାମିନୀଙ୍କର ହୃତପିଣ୍ଡ ପ୍ରତ୍ୟାରୋପଣ କରାଯାଇଛି । ସେହିପରି ହାଇଦ୍ରାବାଦ କିମସ୍ ହସ୍ପିଟାଲରେ ୩୧ ବର୍ଷୀୟ ମହିଳାଙ୍କ ପାଖରେ ଫୁସଫୁସକୁ ଲଗାଯାଇଛି ।

ଅହମ୍ମଦାବାଦର ଜମେ ରୋଗୀଙ୍କ ପାଖରେ ଗୋଟିଏ କିଡନୀ ଏବଂ ଆଉ ଗୋଟିଏ କିଡନୀ ଓ ଲିଭର ଆଉ ଜଣେ ରୋଗୀଙ୍କ ପାଖରେ ଲାଗିଲା । ସେହିପରି କାମିନୀଙ୍କ ଆଖିରେ ଅନ୍ୟ ରୋଗୀ ନୂଆ ଦୁନିଆ ଦେଖିଲେ । କାମିନୀଙ୍କ ଶରୀରର ମୃତ୍ୟୁ ହୋଇଛି । କିନ୍ତୁ ସେ ଆଜି ବି ଅମର ।

Leave A Reply

Your email address will not be published.