Latest Odisha News

BREAKING NEWS

ବାହାରିବ କି ନିଷ୍କର୍ସ, ଇଜିପ୍ଟ ରାଷ୍ଟ୍ରପତିଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଜିପ୍ଟର ରାଷ୍ଟ୍ରପତି ମହାମହିମ ଶ୍ରୀ ଅବଦେଲ୍‌ ଫତ୍ତାହ ଏଲ-ସିସି ଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ଦୁଇ ନେତା ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଏହାର ବ୍ୟାପକ ପ୍ରଭାବ ଉପରେ ଆଲୋଚନା କରିଛନ୍ତି ।

ଉଭୟ ନେତା ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଏବଂ ଏହି ଅଞ୍ଚଳ ତଥା ବିଶ୍ୱ ଉପରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ଉଭୟ ନେତା ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ଏବଂ ନୀତିଗତ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନ୍ ବାସୀଙ୍କ ପାଇଁ ଭାରତର ବିକାଶ ଭାଗିଦାରୀ ଏବଂ ମାନବୀୟ ସହାୟତା ଉପରେ ଆଲୋକପାତ କରିଥିଲେ । ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଏବଂ ମାନବିକ ସହାୟତା ଯୋଗାଇ ଦେବା ଉପରେ ଉଭୟ ନେତା ସହମତ ହୋଇଥିଲେ।

 

 

Leave A Reply

Your email address will not be published.