Latest Odisha News

BREAKING NEWS

ଗରିବ ଲୋକଙ୍କୁ ସହାୟତାର ହାତ ବଢାଇଲା ବ୍ରଦର ହୁଡ ଗ୍ଲୋବାଲ ଫାଉଣ୍ଡେସନ

ଯାଜପୁର: ମହାମାରୀ କରୋନା ଯୋଗୁଁ ଅନେକ ଲୋକ ନିଜର ରୋଜଗାର ହରାଇଥିବା ବେଳେ ଅନେକ ଅନାହାରରେ ଦିନ କାଟୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଗରିବ ଓ ପଛୁଆ ବର୍ଗର ଲୋକଙ୍କୁ ସହଯୋଗର ହାତ ବଢାଇଛି ବ୍ରଦରହୁଡ ଗ୍ଲୋବାଲ ଫାଉଣ୍ଡେସନ ଟ୍ରଷ୍ଟ ନାମକ ସ୍ୱେଚ୍ଛାସେବୀ ସଂଗଠନ ।

ଏହି ସଂଗଠନ ପକ୍ଷରୁ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକର ବିଭିନ୍ନ ଆଦିବାସୀ ଅଧ୍ୟୁସିତ ଅଂଚଳରେ ଲୋକଙ୍କୁ ସୁଖିଲା ଓ ପୃଷ୍ଟିକର ଖାଦ୍ୟ ସହ ପୋଷାକ, ମାସ୍କ ଓ ସାନିଟାଇଜର୍ ବଂଟନ କରାଯାଇଛି । ଆଦିବାସୀ ଲୋକମାନେ କରୋନା ଯୋଗୁଁ କାମଧନ୍ଧା ହରାଇ ଘରେ ବସି ରହିଛନ୍ତି । ଫଳରେ ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡିଛି ।

ତେଣୁ ପଛୁଆ ବର୍ଗର କୌଣସି ଲୋକଙ୍କୁ ଅପପୃଷ୍ଟି ବା ଭୋକ ଉପାସରେ ମରିବାକୁ ଦିଆଯିବ ନାହିଁ ବୋଲି ଏହି ସଂଗଠନ ପ୍ରତିଶୃତିବଦ୍ଧ ଥିବା ସଂଗଠନର ମୁଖ୍ୟ କହିଛନ୍ତି । ଏହି ଅବସରରେ ସଂଗଠନ ପକ୍ଷରୁ ସୁକିନ୍ଦା ଅଶୋକଝର ଅଂଚଳରେ ବୃକ୍ଷରୋପଣ ମଧ୍ୟ କରାଯାଇଛି ।

Leave A Reply

Your email address will not be published.