Latest Odisha News

BREAKING NEWS

ଜନ୍ମଦିନ ଅବସରରେ ଜାଣନ୍ତୁ ସହିଦ ବାଜିରାଉତଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ଭାରତୀୟ ସ୍ୱାଧିନତା ସଂଗ୍ରାମର ସର୍ବକନିଷ୍ଠ ସହିଦ ଭାବେ ବାଜି ରାଉତ ଖୁବ୍ ଜଣାଶୁଣା।

୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ସହିଦ ବାଜି ରାଉତଙ୍କ ଜନ୍ମ।ମାତା, ପିତାଙ୍କର ଏକମାତ୍ର ପୁତ୍ର ହୋଇଥିବାରୁ ସମସ୍ତେ ତାଙ୍କୁ ସ୍ନେହରେ ବାଜିଆ ବୋଲି ଡାକୁଥିଲେ ।

ହେଲେ ୧୨ ବର୍ଷର ସେହି କୋମଳମତି ବାଳକ ଦୁନିଆକୁ ଭଲଭାବେ ବୁଝିବା ପୂର୍ବରୁ ଇଂରେଜ ମାନଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିଲେ।

ଜନ୍ମଦିନ ଅବସରରେ ସେହି ସହିଦ ବାଜିରାଉତଙ୍କ ସମ୍ପର୍କରେ କିଛି କଥା…

ଢୋଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମ ନେଇଥିଲେ ବାଜି ରାଉତ। ପିଲାଟି ବେଳୁ ପିତାଙ୍କୁ ହରାଇ ମାଆଙ୍କ ଛତ୍ରଛାୟାରେ ବଢିଥିଲେ ସେ।

ଲୋକ କଥାନୁଯାୟୀ ବାଳକ ବାଜି ବ୍ରାହ୍ମଣୀ ନଦୀରେ ଡଙ୍ଗା ବାହାଇ ଜୀବନ ଅତିବାହିତ କରିଥାନ୍ତି।

୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ରାତିରେ ପ୍ରଜାମଣ୍ଡଳର କିଛି ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ। ସେ ସମୟରେ ଇଂରେଜ ମାନଙ୍କୁ ନଦୀ ପାର ନକରେଇବା ପାଇଁ ତାଙ୍କୁ କୁହାଯାଇଥିଲା ।

ଅନ୍ୟପକ୍ଷରେ ପ୍ରଜା ମଣ୍ଡଳର ହୁକୁମ ରକ୍ଷା କରି ସେ ଇଂରେଜ ମାନଙ୍କୁ ନଦୀ ପରି କରାଇ ଦେଇନଥିଲେ। ଯାହା ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ଗୋରା ସାହେବ ମାନେ ତାଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ସେହି ଗୁଳିମାଡ଼ରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।

Leave A Reply

Your email address will not be published.