Latest Odisha News

BREAKING NEWS

ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ବ୍ରାଉସୁଗର ହବ୍ ପାଲଟିଛି ଜଳେଶ୍ୱର । ପୁଣି ଥରେ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି । ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ ଓ ଅବକାରୀ ବିଭାଗ । ଏହି ଘଟଣାର ୨ ମହିଳାଙ୍କ ସମେତ ଜଣେ ହୋଟେଲ ମାଲିକଙ୍କୁ ଗିରଫ କରାଯାଇଛି । ଜଳେଶ୍ୱର ଥାନା ଝାଡ଼େଶ୍ୱରପୁରରୁ ଜବତ ହୋଇଛି ୨ କେଜି ୪୦୦ ଗ୍ରାମ ବ୍ରାଉନସୁଗାର ।

ପୋଲିସ୍‌ ଓ ଅବକାରୀ ବିଭାଗର ଚଢ଼ଉ ବେଳେ ଅଢ଼େଇ କୋଟିର ବ୍ରାଉନସୁଗର ମିଳିଛି । ବିଶେଷ ସୂତ୍ରକୁ ପୋଲିସକୁ ଖବର ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ଧଳା ଜହର ଅପରେସନ୍ । କେଉଁଠୁ ଆଣୁଥିଲେ ବ୍ରାଉନସୁଗର ? କେବେଠାରୁ ଏହି କାରବାରରେ ସାମିଲ ଥିଲେ ? କେଉଁଆଡେ ଚାଲାଣ କରୁଥିଲେ ? ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.