Latest Odisha News

BREAKING NEWS

ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

କଟକ: ଚଳିତବର୍ଷ ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ ଅଫ୍ ଲାଇନରେ ପରୀକ୍ଷା ଦେଇପାରିବେ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ବ୍ୟବସ୍ଥା କରୁଛି । ଜୁଲାଇ ୩୦ରୁ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଆସନ୍ତା ୧୮ ତାରିଖ ସୁଦ୍ଧା ସେଣ୍ଟର ନିର୍ଦ୍ଧାରଣ ହେବ । ୨୮ ତାରିଖ ସୁଦ୍ଧା ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ଏବଂ ଓଏମଆର୍ ସିଟ୍ ପହଞ୍ଚିବ ।

ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସ୍ଥିର କରାଯିବ । ଗୋଟିଏ ସେଣ୍ଟରରେ ଅତି ବେଶୀରେ ଶହେ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବା ବ୍ୟବସ୍ଥା କରାଯାଉଛି । ଆସନ୍ତାକାଲି ଅଫଲାଇନ୍ ପରୀକ୍ଷା ପାଇଁ ଶେଷ ହେଉଛି ଫର୍ମପୂରଣ । ଜୁଲାଉ ୩୦ରୁ ପରୀକ୍ଷା ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖରେ ଶେଷ ହେବ ।

କରୋନା ଯୋଗୁ ଏବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି । ଫଳାଫଳକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ୍ ପରୀକ୍ଷା ବ୍ୟବସ୍ଥା କରାଯାଉଛି ।

Leave A Reply

Your email address will not be published.