Latest Odisha News

ରକ୍ତ ସମ୍ପର୍କରେ ରକ୍ତର ଛିଟା: ସାନ ଭାଇକୁ ମାରିଦେଲା ବଡ଼ ଭାଇ

ବାରିପଦା: ସାନ ଭାଇକୁ କୁରାଢ଼ୀରେ ପିଟି ହତ୍ୟାକଲା ମଦୁଆ ଭାଇ । ବଡ଼ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଲୁକଚୁଆ ଖଡ଼ିଆସାହିରେ ।

ମୃତକ ହେଲେ ଭାଲୁକଚୁଆ ଗାଁର ନର ଦେହୁରୀଙ୍କ ସାନ ପୁଅ ଶମ୍ଭୁ ଦେହୁରୀ । ବଡ଼ଭାଇ ରୁହିଆ ଦେହୁରୀ ନିଶାଗ୍ରସ୍ତ ଅବସ୍ଥାରେ ଶୋଇଥିବା ଅବସ୍ଥାରେ ଗତକାଲି ରାତିରେ ଶମ୍ଭୁଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛି ।

କାହିଁକି ସାନ ଭାଇକୁ ହତ୍ୟା କଲା ରୁହିଆ । ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତକୁ ଗିରଫ କରିଛି ବେତନଟୀ ଥାନା ପୋଲିସ । ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ହତ୍ୟାକାଣ୍ଡସ୍ଥଳରେ ତଦନ୍ତ କରିଛନ୍ତି ।

ପ୍ରାଥମିକ ତଦନ୍ତରୁ ନିଶା ଖାଇ ରୁହିଆ ଏହି ହତ୍ୟା କରିଥିବା ଅନୁମାନ କରାଯାଉଛି । ଅଧିକ ଖୋଳତାଡ ଜାରି ରଖିଛି ବେତନଟୀ ଥାନା ପୋଲିସ ।

Leave A Reply

Your email address will not be published.