Latest Odisha News

BREAKING NEWS

ଗାର୍ଡଙ୍କ ଆଖିରେ ଲଙ୍କାଗୁଣ୍ଡ ପ‌କାଇ ଜେଲ୍‌ରୁ କଏଦୀ ଫେରାର୍‌

ଇଟାନଗର: ସୁରକ୍ଷାକର୍ମୀଙ୍କ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ଜେଲ୍‌ରୁ ଫେରାର୍‌ ହୋଇଗଲେ କଏଦୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗ ଜିଲ୍ଲାର ପାଶିଘାଟ ଜେଲରେ। ଏ ନେଇ ଜେଲ କର୍ତ୍ତୃପକ୍ଷ ପକ୍ଷୁ ସୂଚନା ଦିଆଯାଇଛି। ମୋଟ ୭ ଜଣ କଏଦୀ ଗାର୍ଡଙ୍କ ଆଖିରେ ଲଙ୍କାଗୁଣ୍ଡ ପ‌କାଇ ଜେଲ୍‌ରୁ ଖସି ପଳାଇଛନ୍ତି।

ରବିବାର ସନ୍ଧ୍ୟାରେ ଅନ୍ତେବାସୀଙ୍କୁ ରାତ୍ରୀ ଭୋଜନ ପାଇଁ ଲକ୍ ଅପ୍ ଖୋଲାଯାଇଥିବା। ଏହି ସମୟରେ ଏଭଳି ଘଟଣା ଘଟିଥିଲା।

ପୋଲିସ ସୂଚନା ଅନୁଯାୟୀ ୭ ଜଣ କଏଦୀ ହଠାତ୍ ଲଙ୍କାଗୁଣ୍ଡ , ଗୋଲମରିଚ ଗୁଣ୍ଡ ଏବଂ ଲୁଣ ପକାଇ ଗାର୍ଡଙ୍କ ଉପରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ପାଞ୍ଚ ଜଣ ଗାର୍ଡ ଆହତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା।

ଏହି ୭ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଛି ଏବଂ ପୋଲିସ ସେମାନଙ୍କ ଖୋଳତାଡ ଜାରି ରଖିଛି।

Leave A Reply

Your email address will not be published.