Latest Odisha News

BREAKING NEWS

ଭାରତ-ପାକ ସୀମାରେ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ

ନୂଆଦିଲ୍ଲୀ: ପଞ୍ଜାବରେ ଭାରତ-ପାକ ସୀମା ନିକଟରେ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ। ଗୁରୁଦାସପୁର ନିକଟବର୍ତ୍ତୀ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛି ଭାରତୀୟ ସୀମା ସୁରକ୍ଷା ବଳ । ଗତକାଲି ରାତିରେ ଏହି ଅପରେସନରେ ସଫଳତା ମିଳିଛି । ଉଦ୍ଧାର ହୋଇଥିବା ଡ୍ରୋନ ଚୀନ ନିର୍ମିତ ବୋଲି ଜଣାପଡିଛି। ଏହା ସର୍ଭିଲାନ୍ସ ବା ଗୁଇନ୍ଦାଗିରି କରିବା ଉଦ୍ଦେଶ୍ୟରେ ଭାରତୀୟ ସୀମାକୁ ପ୍ରେରଣ କରାଯାଇଥିବା ସନ୍ଦେହ କରାଯାଉଛି ।

ଗତକାଲି ବିଳମ୍ବିତ ରାତିରେ ଗୁରୁଦାସପୁରର ଏକ ସୀମାନ୍ତ ଗ୍ରାମରେ ଏହି ଡ୍ରୋନ ଦେଖିବାକୁ ମିଳିଥିଲା । ଗ୍ରାମବାସୀମାନେ ଏହି ଡ୍ରୋନ ଦେଖିବା ପରେ ସ୍ଥାନୀୟ ପୋଲିସ ଓ ବିଏସଏଫ ପୋଷ୍ଟକୁ ସୂଚନା ଦେଇଥିଲେ । ବିଏସଏଫ ଯବାନମାନେ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ । ଏହାକୁ ଜବତ କରାଯିବା ପରେ ଏହା ଚୀନ ନିର୍ମିତ ଡ୍ରୋନ ବୋଲି ଜଣାପଡିଛି । ତେବେ ଏହି ଡ୍ରୋନରୁ କୌଣସି ପ୍ରକାର ନିଶାଦ୍ରବ୍ୟ ଜବତ କରାଯାଇନି । ଏହା ପଛରେ ପାକିସ୍ତାନୀ ଆତଙ୍କବାଦୀ କିମ୍ବା ସେନାର ଭୂମିକା ଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.