Latest Odisha News

BREAKING NEWS

ଓଡ଼ିଶାରେ ହେବ ପ୍ରଥମ ଅଟୋ ମୋବାଇଲ ପ୍ଲାଣ୍ଟ, ସୃଷ୍ଟି ହେବ ୧୧ ହଜାର ନିଯୁକ୍ତି

ଭୁବନେଶ୍ବର: ଓଡ଼ିଶାରେ ହେବ ପ୍ରଥମ ଅଟୋ ମୋବାଇଲ ପ୍ଲାଣ୍ଟ । JSW ଗ୍ରୁପ ମେଗା ଇଲେକ୍ଟ୍ରିକ ଗାଡି ଏବଂ ବ୍ୟାଟେରୀ ପ୍ଲାଣ୍ଟ ସ୍ଥାପନ କରିବ । ଏନେଇ ଆଜି ଲୋକସେବା ଭବନରେ JSW ଗ୍ରୁପ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ବା ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ JSW ଗୃପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ଉପସ୍ଥିତିରେ ସ୍ୱାକ୍ଷର ହୋଇଛି MOU ।

ଏଥିପାଇଁ ରାଜ୍ୟ ସରକାର ୧୩ ଶହ ଏକର ଜମି ଯୋଗାଇଦେବେ । ସେଥିମଧ୍ୟରୁ କଟକର ନରାଜରେ EV ପ୍ଲାଣ୍ଟ ପାଇଁ ୯ ଶହ ଏକର ଏବଂ ପାରାଦୀପରେ EV ବ୍ୟାଟେରୀ ପ୍ଲାଣ୍ଟ ପାଇଁ ୪ ଶହ ଏକର ଜମି ଯୋଗାଇବେ ରାଜ୍ୟସରକାର । ପ୍ରସ୍ତାବିତ EV ପ୍ଲାଣ୍ଟରେ ୪୦ ହଜାର କୋଟି ପୁଞ୍ଜି ନିବେଶ କରିବ JSW ଗୃପ୍ ।

ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ୧୧ ହଜାର ନିଯୁକ୍ତି ସୃଷ୍ଟି ହେବ । ୩ ବର୍ଷ ଭିତରେ ଏହା କାର୍ଯ୍ୟକ୍ଷମ ହେବ । ୨୦୨୪ ଅକ୍ଟୋବରରେ ଏହାର ଶିଳାନ୍ୟାସ ହେବ । ଉଭୟ ଯାତ୍ରୀବାହୀ ଏବଂ ବାଣିଜ୍ୟିକ ଯାନ ଉତ୍ପାଦନ ହେବ ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପାୟନ ଦ୍ୱାରା ରାଜ୍ୟର ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସବୁ ନୂତନ ଶିଳ୍ପ ହେବା ଦ୍ୱାରା ରାଜ୍ୟବାସୀ ଉପକୃତ ହେବେ ଏବଂ ରାଜ୍ୟ ବିଶ୍ୱ ମାନଚିତ୍ରରେ ଏକ ଶିଳ୍ପ ଶକ୍ତି ଭାବେ ଗଢି ଉଠିବ ।

Leave A Reply

Your email address will not be published.