Latest Odisha News

BREAKING NEWS

ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ପାଇଁ NMAର ପ୍ରସ୍ତାବିତ ବାଇ-ଲ’

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ । ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ପଟେଲ । ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, NMA ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିଫିକେସନ ହୋଇଥିଲା । ବିଜେପି ଓ ବିଜେଡି ସାଂସଦଙ୍କ ଦାବି ପରେ ପ୍ରତ୍ୟାହାର ହୋଇଛି  ।  ପୁରୀ ସମ୍ପର୍କିତ କୌଣସି କାମ ଆରମ୍ଭ କଲେ ଓଡ଼ିଶା ସହମତିରେ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ବାଇ ଲ’ ପ୍ରତ୍ୟାହାର ପାଇଁ ଦାବି କରିଥିଲେ ବିଜେଡି ଓ ବିଜେପି ସାଂସଦଙ୍କ ପ୍ରତିନିଧି ମଣ୍ଡଳୀ । ବିଜେଡି ସାଂସଦ ପିନାକୀ ମିଶ୍ର, ଭର୍ତ୍ତୃହରି ମହତାବ, ସସ୍ମିତ ପାତ୍ର, ଅନୁଭବ ମହାନ୍ତି, ଅମର ପଟ୍ଟନାୟକ, ମୁନା ଖାଁ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତ୍ତୀରାଜି କର୍ତ୍ତୃପକ୍ଷଙ୍କ (NMA) ଡ୍ରାଫ୍ ପ୍ରତ୍ୟାହାର ନେଇ ଦାବି ଜଣାଇଥିଲେ ।

ସେହିପରି ବିଜେପି ସାଂସଦଙ୍କ ପ୍ରତିନିଧି ମଣ୍ଡଳୀ ବି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଜେପି ସାଂସଦଙ୍କ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ପଟେଲଙ୍କୁ ଭେଟି ଶ୍ରୀମନ୍ଦିର ଉପରେ NMA ଡ୍ରାଫ୍ଟ ବାଇ ଲ’ ସ୍ଥଗିତ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲା । ଶ୍ରୀମନ୍ଦିର ନେଇ ଜାତୀୟ କିର୍ତ୍ତୀରାଜି କର୍ତ୍ତୃପକ୍ଷଙ୍କ ଡ୍ରାଫ ବାଇ ଲ’କୁ ନେଇ ରାଜ୍ୟରେ ଅସନ୍ତୋଷ ଦେଖାଦେଇଥିଲା । କାଲି କେନ୍ଦ୍ରକୁ ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Leave A Reply

Your email address will not be published.