Latest Odisha News

BREAKING NEWS

ଚୀନକୁ ଭାରତର ଆଉ ଏକ ଝଟକା : ବିଏସଏନଏଲ, ଏମଟିଏନଏଲ ୪ଜି ଟେଣ୍ଡର ବାତିଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚୀନକୁ ଆଉ କୌଣସି ପ୍ରକାର ସୁବିଧା ସୁଯୋଗ ଦେବା ମୁଡରେ ନାହାନ୍ତି । ବୁଧବାର ବିଏସଏନଏଲ ଓ ଏମଟିଏନଏଲ ସେମାନଙ୍କ ୪ଜି ଟେଣ୍ଡରକୁ ବାତିଲ କରି ଦେଇଛନ୍ତି । ଖୁବ୍ ଶୀଘ୍ର ନୂଆ ଟେଣ୍ଡର ଜାରି କରାଯିବ ବୋଲି ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଚୀନର କୌଣସି କମ୍ପାନୀଠାରୁ ସାମଗ୍ରୀ ନ କିଣିବା ପାଇଁ ଭାରତ ସରକାର ନିର୍ଦ୍ଦେଶ ଦେଇଥିଲେ ଏବେ ଏହି ଟେଣ୍ଡର ବାତିଲ କରି ଦିଆଯିବା ଫଳରେ ଚୀନର ପ୍ରବେଶ ଏକପ୍ରକାର ବନ୍ଦ ହୋଇଯାଇଛି ।

ନୂଆ ଟେଣ୍ଡରରେ ମେକ ଇନ ଇଣ୍ଡିଆ ଓ ଭାରତୀୟ ଟେକ୍ନୋଲୋଜିକୁ ପ୍ରାଧାନ୍ୟ ଦିଆଯିବ । ସୂଚନାଯୋଗ୍ୟ ବିଏସଏନଏଲ, ଏମଟିଏନଏଲ ସର୍ବାଧିକ ଚାଇନା ଉତ୍ପାନ କ୍ରୟ କରୁଥିଲେ ।

Leave A Reply

Your email address will not be published.