Latest Odisha News

BREAKING NEWS

ଡ୍ରାଗନ୍‌କୁ ପୁଣି ଝଟ୍‌କା ଦେଲା ଭାରତ, ହାଇୱେ ପ୍ରୋଜେକ୍ଟରୁ ଚାଇନା କମ୍ପାନୀକୁ କରାଯିବ ବୟକଟ୍

ନୂଆଦିଲ୍ଲୀ: ଡ୍ରାଗନ୍‌କୁ ଭାରତ ଦେଇଛି ଆଉ ଏକ ଝଟ୍‌କା । ଭାରତ ଓ ଚୀନ୍ ମଧ୍ୟରେ ଦେଖାଦେଇଥିବା ବିବାଦ ପରେ ଗୋଟିଏ ପରେ ଗୋଟିଏ କମ୍ପାନୀକୁ ବ୍ୟାନ୍ କରିଚାଲିଛି ଭାରତ । ଏବେ ବିଭିନ୍ନ ରାଜପଥ ପ୍ରକଳ୍ପରୁ ଚୀନ୍ କମ୍ପାନୀକୁ ବୟକଟ କରିବ ଭାରତ । ସମସ୍ତ ହାଇୱେ ପ୍ରୋଜେକ୍ଟ ଚାଇନା କମ୍ପାନୀକୁ ବ୍ୟାନ୍ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏପରିକି ଚୀନ କମ୍ପାନୀଙ୍କୁ ଯୁଗ୍ମ ଭାବେ ମଧ୍ୟ କାମ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।ଗଡକରୀ କହିଛନ୍ତି ଯେ, ସରକାର ଏବେ ବିଭିନ୍ନ ଲଘୁ, ସୁକ୍ଷ୍ମ ଓ ମଧ୍ୟମ ବା ଏମଏସଏମଇ ଉଦ୍ୟୋଗରେ ବିଭିନ୍ନ ଚୀନ ନିବେଶକଙ୍କ ସହ କୌଣସି ସମ୍ପର୍କ ରଖିବେ ନାହିଁ। ଏନେଇ ସୁନିଶ୍ଚିତ କରାଯିବ । ଏପରିକି ଜାତୀୟ ରାଜପଥ ପ୍ରକଳ୍ପରୁ ମଧ୍ୟ ଚୀନ୍ କମ୍ପାନୀଙ୍କୁ ବାହାର କରାଯିବ । ଏପରି ଭାବେ ଭାରତ ଚୀନକୁ ଆର୍ଥିକ ସ୍ତରରେ ଘେରିବ । ନିକଟରେ ଭାରତ ସରକାର ଚୀନର ୫୯ ଆପ୍‌କୁ ବ୍ୟାନ କରିଛନ୍ତି।

ସୂଚନାଯୋଗ୍ୟ, ଗତ ମାସରେ ଭାରତ ଓ ଚୀନ ସେନା ଏଲଏସିରେ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୪୩ରୁ ଅଧିକ ଚୀନ ସୈନ୍ୟ ନିହତ ହୋଇଥିଲେ । ଏହାପରଠୁ ଦେଶରେ ଚୀନ ସାମଗ୍ରୀ ବର୍ଜନ ଅଭିଯାନ ଜୋର ଧରିଛି ।

Leave A Reply

Your email address will not be published.