Latest Odisha News

BREAKING NEWS

କରୋନା ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ । କରୋନା ନିୟନ୍ତ୍ରଣରେ ଥିବାରୁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ମାହାମାରୀର ଭୟାବହତା ନେଇ ଆଗୁଆ ଆକଳନ କରିପାରିଥିଲେ ସରକାର । ସଂକ୍ରମଣ ଦେଖାଦେବା ମାତ୍ରେ ଏହାକୁ ଦୃଢତାର ସହ ମୁକାବିଲା କଲେ । ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

ରାଜ୍ୟପାଳ କହିଛନ୍ତି- ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ କରାଯାଉଛି । ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ଗୁରୁତ୍ୱ ଦିଆଯାଉଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୪.୭ଲକ୍ଷ ନଳକୂପ ସ୍ଥାପନ କରାଯାଉଛି । କରୋନା ବେଳେ ଅଙ୍ଗନୱାଡି ପିଲାଙ୍କ ପୁଷ୍ଟିସାଧନ ହୋଇଛି । ୫ଗୋଟି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣଧୀନ ଅଛି । ୭ଟି ଜିଲ୍ଲା ହସ୍ପିଟାଲ ମଧ୍ୟ ନିର୍ମାଣଧୀନ ଅଛି । ଏସସିବି ମେଡିକାଲ କଲେଜକୁ ଏମ୍ସ ପ୍ଲସ୍ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ।

Budget 2021, Governor Appreciates Odisha Govt's Covid Management

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨.୬ଲକ୍ଷ ପରିବାର ସାମିଲ୍ ହୋଇଛନ୍ତି । ୧୦.୯୮ଲକ୍ଷ ଲୋକଙ୍କୁ ୧ ଟଙ୍କାରେ ମାସିକ ୫ କେଜି ଚାଉଳ ଦିଆଯାଉଛି । ୨୦୨୦-୨୧ ବର୍ଷରେ ୨.୮ଲକ୍ଷ ଗୃହ ନିର୍ମାଣ କାମ ଶେଷ ହୋଇଛି । ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ଓ ପାଠ୍ୟପୁସ୍ତକ ଯୋଗାଇ ଦେଉଛନ୍ତି । ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ ।

ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ସରକାର । ୨୦୨୦ରେ ରାଜ୍ୟରେ ଆଇନଶୃଙ୍ଖଳା ପିରିସ୍ଥିତି ଶାନ୍ତିପୂର୍ଣ୍ଣ ଥିଲା । ପୋଲିସର ପଦକ୍ଷେପ ଯୋଗୁ ଆଇନଶୃଙ୍ଖଳା ପିରସ୍ଥିତି ଉପୁଜି ନାହିଁ ।

ମାଲକାନଗିରିରେ ନୂତନ ଏୟାରଷ୍ଟ୍ରିପ ନିର୍ମାଣ ଯୋଜନା ରହିଛି । ନଦୀ ଜଳ ସଂରକ୍ଷଣ ପାଇଁ ୧୧ହଜାର ୭୦୦ କୋଟି ପୁଞ୍ଜି ବିନିଯୋଗ ହେବ । ବିଜୁ ଶିଶୁ ସୁରକ୍ଷା ଯୋଜନା ୨୦୨୦କୁ ପରିବର୍ତ୍ତିତ କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି ।

ତେବେ, ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିରୋଧୀ କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ କରିଥିଲେ । କୋଟିଆରେ ଆନ୍ଧ୍ରର ନିର୍ବାଚନ, ଅହେତୁକ ତୈଳଦର ବୃଦ୍ଧି, ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ିଥିବା ନେଇ କଂଗ୍ରେସ ସଦସ୍ୟ ନାରା ବାଜି କରିବା ଗୃହ ତ୍ୟାଗ କରିଥିଲେ ।

Leave A Reply

Your email address will not be published.