Latest Odisha News

BREAKING NEWS

ମାସିକ ସାହିତ୍ୟ ପତ୍ରିକା ସାହିତ୍ୟ ସୁମିତ୍ରର ପ୍ରଥମ ସଂଖ୍ୟା ଉନ୍ମୋଚିତ

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଶ୍ରୀ  ବିବେକାନନ୍ଦ ବିଦ୍ୟା ମନ୍ଦିର ପରିସରରେ ମାସିକ ସାହିତ୍ୟ ପତ୍ରିକା ସାହିତ୍ୟ ସୁମିତ୍ରର ପ୍ରଥମ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି।ଏହି ଅବସରରେ ପତ୍ରିକାର ସମ୍ପାଦକ ମିହିର ରଞ୍ଜନ ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା।

ବିଶିଷ୍ଟ କବି ସୁଶାନ୍ତ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ସାହିତ୍ୟକୁ ଗଞ୍ଜାମ ମାଟି ଅନେକ ପତ୍ର ପତ୍ରିକା ଭେଟି ଦେଇଛି ଏବଂ ସାହିତ୍ୟ ସୁମିତ୍ର ଆଉ ଏକ ଫର୍ଦ୍ଧ ଯୋଡ଼ି ଏକ ସଫଳ ପତ୍ରିକା ହେବ ବୋଲି କହିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କବି ପ୍ରମୋଦ କୁମାର ପଣ୍ଡା , କବି ପ୍ରଦୀପ୍ତ କୁମାର ସିଂହ ଉପସ୍ଥିତ ଥିଲେ।ସାହିତ୍ୟ ସୁମିତ୍ରର ସହ ସମ୍ପାଦକ ସୁଧୀର କୁମାର ପଣ୍ଡା ପତ୍ରିକାର ଆଭିମୁଖ୍ୟ ବିଷୟରେ କହିଥିଲେ।

Leave A Reply

Your email address will not be published.