Latest Odisha News

ବୁମରାହ ହେଲେ ଆଇସିସି ଟେଷ୍ଟ ପ୍ଲେୟର ଅଫ ଦି ଇୟର

ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ୨୦୨୪ ପାଇଁ ଆଇସିସି ଟେଷ୍ଟ ପ୍ଲେୟାର ଅଫ ଦି ଇୟର ବିବେଚିତ ହୋଇଛନ୍ତି । ୨୦୨୪ରେ ସେ ୭୧ ୱିକେଟ ହାସଲ କରିଥିଲେ । ବୁମରାହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ପକ୍ଷରୁ ଚତୁର୍ଥ ଖେଳାଳି ଭାବେ ୭୦ରୁ ଊର୍ଦ୍ଧ୍ୱ ୱିକେଟ ନେଇଥିଲେ । ରବିଚନ୍ଦ୍ରନ ଅଶ୍ୱୀନ, ଅନୀଲ କୁମ୍ବଲେ ଓ କପିଳ ଦେବ ପୂର୍ବରୁ ଏହି ସଫଳତା ହାସଲ କରି ସାରିଛନ୍ତି । ଟାଇଟଲ ରେସରେ ବୁମରାହଙ୍କ ସହ ଇଂଲଣ୍ଡର ଜୋ ରୁଟ, ହ୍ୟାରୀ ବ୍ରୁକ୍ସ ଓ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଆଫଗାନିସ୍ତାନର ଅଜମୁତୁଲ୍ଲାହଙ୍କୁ ଦିନିକିଆର ଶ୍ରେଷ୍ଠ ପୁରସ୍କାର ମିଳିଛି ।

ମହିଳା ବିଭାଗରେ ଭାରତର ସ୍ମୃତି ମାନ୍ଧନା ଶ୍ରେଷ୍ଠ ଦିିନିକିଆ ଖେଳାଳି ହୋଇଛନ୍ତି । ଆଇସିସି ପ୍ରତ୍ୟେକ ବର୍ଷ କ୍ରିକେଟର ସମସ୍ତ ଫର୍ମାଟରେ ପ୍ରଦର୍ଶନକୁ ଭିତି କରି ଶ୍ରେଷ୍ଠ ଖେଳାଳି ଚୟନ କରିଛି । ସ୍ମୃତି ତୃତୀୟ ଥର ପାଇଁ ଆଇସିସି ଦିିନିକିଆ ଖେଳାଳି ବିବେଚିତ ହୋଇଛନ୍ତି । ଗତ ବର୍ଷ ସେ ୪ଟି ଶତକ ମାରି ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ ।

Comments are closed.