ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନାହାନ୍ତି । ରିପୋର୍ଟ ଅନୁସାରେ ବୁମରାହ ଚାମ୍ପିୟନ୍ସ ଟ୍ରଫିର ଗ୍ରୁପ ପର୍ଯ୍ୟାୟ ମୁକାବିଲାରେ ଖେଳି ନ ପାରନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ଅବସରରେ ବୁମରାହଙ୍କ ପିଠି ସମସ୍ୟା ବାହାରିଥିଲା । ସେ ମ୍ୟାଚ ଅଧାରୁ ଚିକିତ୍ସା ପାଇଁ ଯାଇଥିଲେ । ଚାମ୍ପିୟନ୍ସ ଟ୍ରଫିରେ ଭାରତ ତାର ପ୍ରଥମ ମୁକାବିଲା ଫେବୃୟାରୀ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳିବ । ସୂଚନାଯୋଗ୍ୟ, ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେଉଥିଲେ ମଧ୍ୟ ଭାରତ ତାର ସମସ୍ତ ମ୍ୟାଚ ହାଇବ୍ରିଡ ମଡେଲ ଅନୁସାରେ ଦୁବାଇରେ ଖେଳିବ ।
ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିବେ ବୋଲି ଆଶା କରାଯାଉଛି । ଏନସିଏରେ ବୁମରାହ ପ୍ରଫେଶନାଲଙ୍କ ଉପସ୍ଥିତିରେ ଅଭ୍ୟାସ କରିବେ । ଡାକ୍ତରମାନେ ରିପୋର୍ଟ ଦେବା ପରେ ତାଙ୍କୁ ଦଳରେ ନେବା କଥା ଚିନ୍ତା କରାଯିବ । ଇତି ମଧ୍ୟରେ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି ।
Comments are closed.