Latest Odisha News

BREAKING NEWS

ବୋଲିଂ ବେଳେ ବୁମରାହଙ୍କ ପାଦ ମୋଡି ହୋଇଗଲା, ଡାକ୍ତରୀ ରିପୋର୍ଟକୁ ଅପେକ୍ଷା

ସେଂଚୁରିୟାନ: ଦକ୍ଷିଣ ଆଫ୍ରିକା ବିପକ୍ଷ କ୍ରିକେଟ ସିରିଜ ଅବସରରେ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ମୁଖ୍ୟ ବୋଲର ଯଶପ୍ରୀତ ବୁମରାହ ବୋଲିଂ କଲା ବେଳେ ତାଙ୍କ ପାଦ ମୋଡି ହୋଇଯାଇଛି । ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପଡିଆ ବାହାରକୁ ନିଆଯାଇଥିଲା । ଶ୍ରେୟାଶ ଆୟାରଙ୍କୁ ବଦଳ ଖେଳାଳି ଭାବେ ଫିଲ୍ଡିଂ କରିଥିଲେ ।

ବୁମରାହ ଆହତ ସମସ୍ୟା କେତେ ଗୁରୁତର ତାହା ସ୍ପଷ୍ଟ ହୋଇ ନାହିଁ । ଡାକ୍ତରୀ ଏବଂ ସ୍କାନ ରିପୋର୍ଟ ପରେ ଏହାର ପ୍ରକୃତ ତଥ୍ୟ ସମ୍ମୁଖକୁ ଆସିବ । ବୁମରାହ ୫.୫ ଓଭର ବୋଲିଂ କରି ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.