Latest Odisha News

ଭାରତକୁ ଅପମାନ କରିଥିଲେ ଭନ, ମଧୁର ପ୍ରତିଶୋଧ ନେଲେ ଜାଫର

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ୱାସିମ ଜାଫର ଆଜି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ଆଶେସ ସିରିଜର ତୃତୀୟ ମ୍ୟାଚରେ ଇଂଲଣ୍ଡ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା । ଏହା ପରେ ସୋସିଆଲ ମିଡିଆରେ ଭନଙ୍କୁ ଟ୍ରୋଲ କରିଥିଲେ ଜାଫର । ପୂର୍ବରୁ ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୯୨ରେ ଅଲଆଉଟ ହୋଇ ଯାଇଥିଲା । ଭନ ସମାଲୋଚନା କରି ଲେଖିଥିଲେ, ମୋତେ ବିଶ୍ୱାସ ହେଉ ନାହିଁ ଯେ, ବର୍ତମାନ ସମୟରେ କୌଣସି ଟିମ ୧୦୦ ଭିତରେ ଅଲଆଉଟ ହୋଇଯିବ । ସେ ସମୟରେ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଏହା ବାଧିଥିଲା ।

ତୃତୀୟ ଟେଷ୍ଟରେ ଇଂଲଣ୍ଡ ୬୮ ରନରେ ଅଲଆଉଟ ହେବା ପରେ ଭନଙ୍କୁ ଟ୍ୟାଗ କରି ୱାସିମ ଲେଖିଥିଲେ ଇଂଲଣ୍ଡ ଅଲଆଉଟ ୬୮ । ଏହାର ଜବାବରେ ଭନ ଟୁଇଟ କରିଥିଲେ ଭେରି ଗୁଡ ୱାସିମ । ତେବେ ଟିମ ଇଣ୍ଡିଆର ଏହି ଖେଳାଳିଙ୍କ ମେସେଜ କ୍ରିକେଟପ୍ରେମୀଙ୍କ ବେଶ ପସନ୍ଦ ଆସିଛି ।

Leave A Reply

Your email address will not be published.