Latest Odisha News

BREAKING NEWS

ଭୁବନେଶ୍ଵରରେ ଉଦ୍‌ଘାଟିତ ହେଲା ‘ଶିଶିର ସରସ’ ମେଳା

ଉଦଘାଟିତ ହେଲା ‘ଶିଶିର ସରସ’ ମେଳା । ଓମିକ୍ରନ ଭୟ ଥିବା ସତ୍ୱେ ମଧ୍ୟ କଟକଣା ମଧ୍ୟରେ ଜୀତୀୟ ସ୍ତରୀୟ ଶିଶିର ସରସ ମେଳା ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱର ୟୁନିଟ୍ ୩ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ୟୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ।

ଚଳିତ ବର୍ଷ ମେଳାରେ ୩୦୦ ଟି ଷ୍ଟଲ ଖୋଲାଯାଇଛି । ମେଳାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୪ଶହରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି ।ଶିଶିର ସରସ ମେଳାରେ ୧୦ ଟି ଫୁଡ୍ କୋର୍ଟ ଖୋଲିଛି । ଫଳରେ ଆସୁଥିବା ଲୋକମାନେ ମେଳା ବୁଲିବା ସହ ଖାଦ୍ୟ ଖାଇବାର ମଜା ନେଇପାରିବେ । ଏହି ଫୁଟ୍ କୋର୍ଟରେ କେନ୍ଦ୍ରାପଡ଼ାର ରସାବଳି, ପାରମ୍ପରିକ ଓଡ଼ିଆ ଘରର ପିଠା, ଦହିବରା , ମୁଢି ମାଂସ, କଫି, ପାନ ଆଦିର ଷ୍ଟଲ ଖୋଲାଯାଇଛି ।

ମିନି ଇଣ୍ଡିଆ ଭଳି ଲାଗୁଥିବା ଏହି ମେଳାରେ ଉତ୍ତରପୂର୍ବ ରାଜ୍ୟର ବାଉଁଶ ଶିଳ୍ପ ସାମଗ୍ରୀ, ଘରସଜା ଫୁଲ, ଫୁଲଦାନୀ, ଶୀତ ପୋଷାକ ଏବଂ ଉତ୍ତରପ୍ରଦେଶର ହସ୍ତତନ୍ତ, ସିଲ୍କ ଏବଂ ରଟ୍ ଆଇରନ ସାମଗ୍ରୀ ମିଳୁଛି। ଏଥି ସହିତ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଟସର କପଡ଼ା ଓ ଲୁଗା, ରାଜସ୍ଥାନ, ଗୁଜରାଟ ଏବଂ ମହାରାଷ୍ଟ୍ରର ଖାଦ୍ୟ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁର ହସ୍ତତନ୍ତ ଓ ଘରକରଣା ସାମଗ୍ରୀ ଆକର୍ଷଣ ପାଲଟିଛି। ପଞ୍ଜାବର ପୋଷାକ ସହିତ ଜମ୍ମୁ କଶ୍ମୀରର ଶୀତ ପୋଷାକ ମଧ୍ୟ ପ୍ରମୁଖ ଅକର୍ଷଣ ସାଜିଛି।

ମେଳାରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ହାତ ତିଆରି ସାମଗ୍ରୀ ଧରି ସାମିଲ ହୋଇଛନ୍ତି।ବିଶେଷକରି ବାଲେଶ୍ୱର, ବଲାଙ୍ଗିର, କେନ୍ଦୁଝର ଓ ସୁବର୍ଣ୍ଣପୁର ଟେରାକୋଟା ସାମଗ୍ରୀ ମେଳାରେ ଆକର୍ଷଣ ସାଜିଥିବା ବେଳେ ରାୟଗଡା, କନ୍ଧମାଳ, ବାଲେଶ୍ୱରର ପଥର ଖୋଦେଇ ସାମଗ୍ରୀ ଓ ନୂଆପଡ଼ାର ବିଭିନ୍ନ ଖାଦ୍ୟ ଓ ମସଲା, ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗିରର ହସ୍ତତନ୍ତ ସାମଗ୍ରୀ ଏହି ମେଳରେ ସାମିଲ ହୋଇଛି।

କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି ଓ କଳାହାଣ୍ଡିର ବନଜାତ ଦ୍ରବ୍ୟ, କେନ୍ଦ୍ରାପଡ଼ାର କାଇଁଚରୁ ପ୍ରସ୍ତୁତ ସାମଗ୍ରୀ ଏବଂ ମୟୂରଭଞ୍ଜର ସବାଇ ଘାସରୁ ପ୍ରସ୍ତୁତ ଘରକରଣା ସାମଗ୍ରୀ ଓ କାଠ ଜିନିଷ ମେଳାରେ ଉପଲବ୍ଧ ହେଉଛି।

ମେଳାର ଉଦଘାଟନୀ ଦିବସରୁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବଡ଼ି, ପାମ୍ପଡ଼, ଘରକରଣା ସାମଗ୍ରୀ ନେବାକୁ ଗ୍ରାହକଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖିବାକୁ ମିଳିଥିଲା।କିଣାବିକା ସାଙ୍ଗକୁ ମେଳାକୁ ଆକର୍ଷଣୀୟ କରିବାକୁ ପ୍ରତିଦିନ ସଂଧ୍ୟାରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ୟ୍ୟକ୍ରମ।

Leave A Reply

Your email address will not be published.