Latest Odisha News

BREAKING NEWS

ଆସୁଛି ”ବଣ୍ଟି ଔର ବବଲି”ର ସିକ୍ୱେଲ ,ଏଥର ରାଣୀଙ୍କ ସହ ସୈଫ୍

ମୁମ୍ବାଇ : ସୈଫ୍ ଅଲ୍ଲୀ ଖାନ୍ ଓ ରାଣୀ ମୁଖାର୍ଜୀଙ୍କ ଷ୍ଟାର ଫିଲ୍ମ  ”ବଣ୍ଟି ଔର ବବଲି” ୨ ର ଟ୍ରେଲର ରିଲିଜ ହୋଇଛି । ୧୭ ବର୍ଷ ପରେ ପୁଣି ରାଣୀ ମୁଖାର୍ଜୀଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିବ । ଅନ୍ୟପଟେ ଫିଲ୍ମରେ ସୈଫ୍ ଅଲ୍ଲୀ ଖାନ୍ , ସିଦ୍ଧାନ୍ତ ଚତୁର୍ବେଦୀ , ଶରବରୀ ୱାର୍ଗ ପ୍ରମୁଖ ନଜର ଆସିବେ। କ୍ରାଇମ କମେଡି ଉପରେ ଆଧାରିତ ଏହି ମୁଭିର ନିର୍ଦ୍ଦେଶନା ବରୁଣ ବି ଶର୍ମା ଦେଇଛନ୍ତି।।

ଟ୍ରେଲରରେ  ଦେଖିବାକୁ ମିଳିଛି ଯେ, ପ୍ରକୃତ ବଣ୍ଟି ଏବଂ ବବଲି ତାଙ୍କର ପୁରୁଣା ଅଭ୍ୟାସ ଛାଡି ବୈବାହିକ ଜୀବନ ଆରମ୍ଭ କରି ସାରିଛନ୍ତି। ବଣ୍ଟି ଏକ ରେଲୱେ ଷ୍ଟେସନରେ ଟିକେଟ୍ କାଟିବା କାମ କରୁଛନ୍ତି। ସୁରୁଖୁରୁରେ ବବଲି ସହ ତାଙ୍କର ବୈବାହିକ ଜୀବନ କଟୁଛି। ହେଲେ ଅଚାନକ ତାଙ୍କ ନାଁରେ ଆଉ ୨ ଜଣ ବଣ୍ଟି ଓ ବବଲି ଏଣ୍ଟ୍ରି ମାରୁଛନ୍ତି। ହେଲେ ପୋଲିସ ପୁରୁଣା ବଣ୍ଟି ଓ ବବଲିଙ୍କୁ ସନ୍ଦେହ କରୁଛି। ଏହାପରେ ଅସଲି ବଣ୍ଟି ଓ ବବଲି ନକଲିଙ୍କୁ ଧରିବା ପାଇଁ ମିଶନ ଆରମ୍ଭ କରୁଛନ୍ତି। ହେଲେ ସେ ଏହି ମିଶନରେ ସଫଳ ହେଉଛନ୍ତି କି ନାହିଁ ତାହା ଦର୍ଶକ ଫିଲ୍ମରେ ଦେଖିବାକୁ ପାଇବେ।ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଶରବରୀ ନୂଆ ବଣ୍ଟି-ବବଲି ଭୂମିକାରେ ଅଭିନୟ କରିଛନ୍ତି।

ପଙ୍କଜ ତ୍ରିପାଠୀ ପୋଲିସ ଭୂମିକାରେ ଅଭିନୟ କରିଛନ୍ତି। ଏହି ଭୂମିକାରେ ଗତ ଥର ଅମିତାଭ ବଚ୍ଚନ ଅଭିନୟ କରିଥିଲେ। ବରୁଣ ବି ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ  ନଭେମ୍ବର ୧୯ରେ ରିଲିଜ୍ ହେବାକୁ ଯାଉଛି।

Leave A Reply

Your email address will not be published.