Latest Odisha News

BREAKING NEWS

ଭିମସାରରେ ସଂକ୍ରମଣ ବୃଦ୍ଧି ପରେ ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା

ସମ୍ବଲପୁର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସମ୍ବଲପୁରରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ୁଛି । ବୁର୍ଲା ଭିମସାରରେ ସଂକ୍ରମଣ ବୃଦ୍ଧି ପରେ ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା । ୧୫ ଓ ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା ସ୍ଥଗିତ ରହିବା ନେଇ ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ ଲଳିତ ମେହେର ।

ମେଡ଼ିକାଲ କଲେଜର ୩୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହେବା ସହ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ଏହିଭଳି ପଦକ୍ଷେପ ନିଆଯାଇଛି । ଭିମସାରରେ ବିଗତ ଦିନରେ ଅନେକ ଛାତ୍ରଛାତ୍ରୀ ଓ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ସୂଚନା ରହିଛି । ଆଗକୁ କରୋନା ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

Comments are closed, but trackbacks and pingbacks are open.