Latest Odisha News

BREAKING NEWS

ହାଇଓ୍ୱାକୁ ଧକ୍କା ଦେଲା ବସ୍‌; ଚାଲିଗଲା ୨ଜଣକ ଜୀବନ

ଭୁବନେଶ୍ୱର : ଭୋରୁ ଭୋରୁ ଅଘଟଣ । ହାଇଓ୍ୱାକୁ ଧକ୍କା ଦେଲା ବସ୍‌ । ବସ୍‌ଟି ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ ହାଇଓ୍ୱା ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଆଜି ଭୋର୍ ୪.୧୦ ସମୟରେ ଚାନ୍ଦିପୋଷ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ରାଉରକେଲାର ବସ୍ ମାଲିକ ସତ୍ୟ ପ୍ରକାଶ ନାୟକଙ୍କ ସହ ଜଣେ ନାବାଳିକା ଅଛନ୍ତି ବୋଲି ଜଣାପଡିଛି। ଏନେଇ ସମସ୍ତ ଆହତମାନଙ୍କୁ RGH ଓ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବସ୍‌ଟି ଏନ୍‌ଏଚରେ ଚାନ୍ଦିପୋଷ ଖୁସବୁ ଢ଼ାବା ପାଖରେ ଛିଡ଼ା ହୋଇଥିବା ବେଳେ  ହାଇୱାକୁ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି।

Leave A Reply

Your email address will not be published.